www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ପଥପ୍ରାନ୍ତ ନାଟକ ଦିବସ

ଭୁବନେଶ୍ବର: ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଏପ୍ରିଲ ବାର ମହାସମରୋହର ସହ ଭୁବନଶ୍ଵରର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଓଡିଶା ପଥପ୍ରାନ୍ତ ନାଟକ ମହାସଂଘ (ଓପନାମ )ପକ୍ଷରୁ ପାଳିତ ହେଇଯାଇଛି। ମହାସଂଘର ସଭାପତି ଶତ୍ରୁଘ୍ନ ସାମଲଙ୍କ ନେତୃତ୍ଵରେ ନାଟ୍ୟକର୍ମୀମାନଙ୍କ ଏକ ସଚେତନା ମୂଳକ ଶୋଭାଯାତ୍ରା କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକର୍ମକୁ ଓଡିଶାର ବିଶିଷ୍ଟ ନାଟ୍ୟ ନିର୍ଦେଶକ ତଥା କଳିଙ୍ଗ ନାଟ୍ୟ ସଂଘର ସଭାପତି ଧୀରେନ୍ଦ୍ର ନାଥ ମଲ୍ଲିକ ଉଦ୍ଘାଟନ କରିଥିଲେ। ଉପସ୍ଥିତ ଅନ୍ୟାନ୍ୟ ବରିଷ୍ଠ ନାଟ୍ୟ ନିର୍ଦେଶକ, ଅଭିନେତା ଯଥା ଡାକ୍ତର ପ୍ରସନ ମିଶ୍ର, ପ୍ରଦୀପ ବିଶ୍ଵାଳ, ମୁକୁନ୍ଦ ସତପଥି, ଭଜକୃଶନ ମହାନ୍ତି, ନରେନ୍ଦ୍ର ମିଶ୍ର, ସତ୍ୟ ଜେନା ପ୍ରମୁଖ ପଥପ୍ରାନ୍ତ ନାଟକର ଭୂମିକା ଓ ଏକ ସୁସ୍ଥ ସମାଜ ପାଇଁ ପଥପ୍ରାନ୍ତ ନାଟକର ଆବଶ୍ୟକତା ଉପରେ ସାରଗର୍ଭକ ଆଲୋଚନା କରିବା ସହ ପଥପ୍ରାନ୍ତ ନାଟ୍ୟକର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ସଂଯୋଗ ନାଟ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଏକ ଜନ ସଚେତନା ମୂଳକ ନାଟକ ବିନ୍ଦୁ ବିନ୍ଦୁ ଜଳ ପରିବେଷଣ କରାଯାଇଥିଲା। ଓଡିଶାର ପ୍ରମୁଖ ପଥପ୍ରାନ୍ତ ନାଟ୍ୟକର୍ମୀ ମାନେ ଯଥା ରଞ୍ଜନ ନାୟକ, ନିତ୍ୟପ୍ରକାଶ ସ୍ଵାଇଁ , ପ୍ରଶାନ୍ତ ମହାପାତ୍ର, ବନ୍ଦେମାତରମ ଅନୁଷ୍ଠାନର ପ୍ରହ୍ଲାଦ (କଟ) , ଜୟଶ୍ରୀ ଦାସ, ବିଭୁ ଦୀକ୍ଷିତ, କାଳନ୍ଦି ଚରଣ ସ୍ଵାଇଁ, ପବିତ୍ର ମୋହନ ନାୟକ, ଜଗଦାନନ୍ଦ ନାୟକ, ମିଥୁନ ମଳୟ ଜେନା, ମିନତୀ ସ୍ଵାଇଁ, ପ୍ରଶାନ୍ତ ଷଡଙ୍ଗୀ, ଗୁପ୍ତେଶ୍ଵର ପାଣିଗ୍ରାହୀ, ଶ୍ରୀବସ୍ଥ ନାୟକ, ବୁଲୁ ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories