www.samajalive.in
Saturday, December 13, 2025
21.1 C
Bhubaneswar

କାମ କରୁନି ୟୁପିଆଇ, ଟଙ୍କା ନେଣଦେଣ ଠପ୍‌

ନୂଆଦିଲ୍ଲୀ : କାମ କରୁନି ୟୁପିଆଇ। ଶନିବାର ସକାଳେ ଭାରତରେ ୟୁପିଆଇ କାମ କରୁଥିବା ଜଣାପଡିଛି । ଏହି ସମସ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକେ ଅନ୍‌ଲାଇନ୍‌ରେ ଟଣା ନେଣଦେଣ କରି ପାରି ନାହାଁନ୍ତି । ପ୍ରାୟ ୩ ଘଣ୍ଟା ହେବ ୟୁପିଆଇ କାମ ନକରିବା ଫଳରେ ଫୋନ୍‌ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ଲୋକପ୍ରିୟ ଆପ୍‌ରେ ଟଙ୍କା ନେଣଦେଣ ସମ୍ଭବ ହୋଇନାହିଁ । ଫଳରେ ବ୍ୟବହାରକାରୀ ହନ୍ତସନ୍ତ ହୋଇଛନ୍ତି । ଦିଲ୍ଲୀ, ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଏହି ସମସ୍ୟା ଦେଖାଦେଇଛି। ଏଥିପାଇଁ ଗ୍ରାହକ ଓ ବ୍ୟବସାୟୀ ଉଭୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ମଧ୍ୟାହ୍ନ ସୁଦ୍ଧା, ୟୁପିଆଇ ସେବା ସମ୍ପର୍କରେ ପ୍ରାୟ ୧,୧୬୮ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୯୬ ଜଣ ବ୍ୟବହାରକାରୀ ଗୁଗଲ ପେ ଏବଂ ୨୩ ଜଣ ପେଟିଏମ୍‌ରେ ସମସ୍ୟା ବିଷୟରେ ରିପୋର୍ଟ କରିଥିଲେ। ଏହି ପ୍ରସଙ୍ଗରେ ୟୁପିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇ ନାହିଁ, କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହା ଅନେକ ଥର ଠପ୍‌ ହୋଇଛି।

- Advertisement -

ପୂର୍ବରୁ, ମାର୍ଚ୍ଚ ୨୬ ତାରିଖରେ ମଧ୍ୟ, ୟୁପିଆଇ ସେବାଗୁଡ଼ିକ ସମସ୍ୟାର ସମ୍ମୁଖୀନ ସମ୍ମୁଖୀନ ହୋଇଥିଲା। ବିଭିନ୍ନ ୟୁପିଆଇ ଆପର ବ୍ୟବହାରକାରୀମାନେ ପ୍ରାୟ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ କାରବାର କରିପାରି ନ ଥିଲେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ ) ଏହି ସମସ୍ୟା ପାଇଁ ବୈଷୟିକ ଅସୁବିଧାକୁ ଦାୟୀ କରିଥିଲା, ଯାହା ସାରା ଦେଶର ସାଧାରଣ ଉପଭୋକ୍ତା ଏବଂ ବ୍ୟବସାୟୀଙ୍କ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

ଦେଖନ୍ତୁ ଭିଡିଓ; ବିଚ୍‌ ରାସ୍ତାରେ ନାଚିଲେ ଯୁବତୀ, ଗାଡି ଅଟକାଇ ଦେଖିଲେ ଲୋକେ

ବ୍ୟକ୍ତିଙ୍କୁ ରାତାରାତି କୋଟିପତି କଲା ଅଳିଆରେ ପଡିଥିବା ପାସ୍‌ବୁକ୍‌

ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ

 

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories