www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ

ଦେଓଗାଁ : ଛାତ୍ରୀଙ୍କୁ ହଷ୍ଟେଲରେ ରଖି ପାଠ ପଢାଇବା ପାଇଁ ସରକାର କସ୍ତୁରବା ଗାନ୍ଧୀଙ୍କ ନାଁରେ ଉଚ୍ଚ ବିଦ୍ୟାଳୟ ଖୋଲି ଖାଇବା, ନିତ୍ୟ ବ୍ୟବହାର ଜିନିଷ ଦେଇ ପାଠ ପଢ଼ାଉଛନ୍ତି। କିନ୍ତୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ ହେବା ଚର୍ଚ୍ଚାର ବିଷୟ ହୋଇଛି। ହଷ୍ଟେଲ ଓ ସ୍କୁଲ ପରିଚାଳନା ପାଇଁ ଆସିଥିବା ଚାଉଳ ହେରଫେର ହୋଇଥିବାର ଅଭିଯୋଗ ଆସିବା ପରେ ଜଣେ ପ୍ରଧାନଶିକ୍ଷକଙ୍କ ସହ ଏବିଏଓ କବିରାଜ ମାଝୀ ତଦନ୍ତ କରିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ତଦନ୍ତ ବେଳେ ୧୦.୮୬ କ୍ୟୁଣ୍ଟାଲ୍ ଚାଉଳ କମ ଥିବାରୁ ଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ କିନ୍ତୁ ଶିକ୍ଷୟିତ୍ରୀ ଜଣକ ସନ୍ତୋଷ ଜନକ ଉତ୍ତର ଦେଇନଥିବା ତଦନ୍ତକାରୀ ରିପୋର୍ଟରେ ଦର୍ଶାଇ ଥିଲେ। ଏହି ରିପୋର୍ଟକୁ ଆଧାର କରି ଦେଓଗାଁ ବିଇଓ ମମତା ମହାଡିକ ତାଙ୍କ ଅଫିସ ପତ୍ର ସଂଖ୍ୟା ୪୯୭ରେ ପ୍ରଧାନଶିକ୍ଷୟିତ୍ରୀ ସୁଧାନ ସିନିଙ୍କୁ ନିଳମ୍ବିତ କରିଛନ୍ତି। ଏନେଇ ତଦନ୍ତ କରିଥିବା ଏବିଇଓ କବିରାଜ ମାଝୀଙ୍କୁ ପଚାରିବାରୁ ଚାଉଳ ହେରଫେରର ପ୍ରମାଣ ମିଳିବା ପରେ ବିଇଓ ରିପୋର୍ଟ ଯିବା ପରେ ସେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି ବୋଲି କହିଛନ୍ତି।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

- Advertisement -

ଦେଖନ୍ତୁ ଭିଡିଓ; ବିଚ୍‌ ରାସ୍ତାରେ ନାଚିଲେ ଯୁବତୀ, ଗାଡି ଅଟକାଇ ଦେଖିଲେ ଲୋକେ

ବ୍ୟକ୍ତିଙ୍କୁ ରାତାରାତି କୋଟିପତି କଲା ଅଳିଆରେ ପଡିଥିବା ପାସ୍‌ବୁକ୍‌

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories