www.samajalive.in
Monday, December 15, 2025
14.1 C
Bhubaneswar

ଚୀନ୍‌ ଉତ୍ପାଦ ଉପରେ ୧୨୫% ଶୁଳ୍କ ଲାଗୁ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ରୁ ଆମଦାନୀ ଉପରେ ୧୦୪% ଶୁଳ୍କ ଲାଗୁ କରିବାର ଗୋଟିଏ ଦିନ ପରେ, ବେଜିଂ ଆମେରିକୀୟ ସାମଗ୍ରୀ ଉପରେ ୮୪% ଶୁଳ୍କ ଲାଗୁ କରିଛି। ଏହାର ଜବାବରେ ଟ୍ରମ୍ପ ଚୀନ୍‌ ଉପରେ ୧୨୫% ଶୁଳ୍କ ଲାଗୁ ଘୋଷଣା କରିଛନ୍ତି। ବିଶ୍ବ ବାଣିଜ୍ୟିକ ନୀତିକୁ ଚୀନ୍‌ ଖାତିର କରୁ ନ ଥିବାରୁ ଏହି ବର୍ଦ୍ଧିତ ଶୁଳ୍କ ଲାଗୁ କରାଯାଇଥିବା ଟ୍ରମ୍ପ କହିଛନ୍ତି। ଅପରପକ୍ଷରେ ଅନ୍ୟ ୭୫ଦେଶ ଉପରେ ଶୁଳ୍କ ଲାଗୁକୁ ଟ୍ରମ୍ପ ୯୦ ଦିନ ସ୍ଥଗିତ ରଖିଛନ୍ତି।
ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ବାଣିଜ୍ୟ ନିୟମର ଉଲ୍ଲଂଘନ ଏବଂ ବିଶ୍ୱ ସ୍ଥିରତା ପାଇଁ ବିପଦ ବୋଲି ଅଭିହିତ କରି ଚୀନ୍ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ନୂତନ ଶୁଳ୍କ ଗୁରୁବାର ମଧ୍ୟାହ୍ନରୁ କାର୍ଯ୍ୟକାରୀ ହେବ। ଏଥିସହ ଚୀନ୍‌ ଛଅଟି ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ସହ ୧୧ଟି ସଂସ୍ଥାଙ୍କୁ ଏହାର ‘ଅବିଶ୍ୱସନୀୟ ସଂସ୍ଥା’ ତାଲିକାରେ ଯୋଡ଼ିଛି। ଚୀନ୍‌ ବିଶ୍ୱ ବାଣିଜ୍ୟ ସଂଗଠନରେ ଆମେରିକା ବିରୋଧରେ ଏକ ମାମଲା କରିବାକୁ ମଧ୍ୟ ଘୋଷଣା କରିଛି।
ଇତିହାସ ଏବଂ ତଥ୍ୟ ପ୍ରମାଣିତ କରିଛି ଯେ ଆମେରିକାର ଶୁଳ୍କ ବୃଦ୍ଧି ଏହାର ନିଜସ୍ୱ ସମସ୍ୟାର ସମାଧାନ କରିବ ନାହିଁ। ଚୀନ୍‌ ଜାରି କରିଥିବା ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି, ଏହି ପଦକ୍ଷେପ ଆମେରିକାର ମୁଦ୍ରାସ୍ଫୀତି ବୃଦ୍ଧି କରିବ, ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିବ ଏବଂ ଆମେରିକୀୟ ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ଠେଲି ଦେବ। ଅନେକ ଦେଶ ହ୍ୱାଇଟ୍ ହାଉସ୍ ସହିତ ଆଲୋଚନା କରିବାକୁ ଚେଷ୍ଟା କରିଥିବା ବେଳେ, ଚୀନ୍ ଦୃଢ଼ ରହିଛି। ‘ଯଦି ଆମେରିକା ପ୍ରକୃତରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚାହେଁ, ତେବେ ଏହାକୁ ସମାନତା, ସମ୍ମାନ ଏବଂ ପାରସ୍ପରିକ ଲାଭର ମନୋଭାବ ଗ୍ରହଣ କରିବା ଉଚିତ’ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories