www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ନୂଆଦିଲ୍ଲୀରେ ପହଞ୍ଚିବ ତାହିଓ୍ବର ରାଣା

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ପ୍ରତୀକ୍ଷା ଓ ଆଇନଗତ ଲଢେଇର ଅନ୍ତ ପୂର୍ବକ ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହିସ୍ଵର ହୁସେନ୍ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ଭାରତର ଏକାଧିକ ତଦନ୍ତକାରୀ ଏଜେନ୍ସିର ଅଧିକାରୀମାନେ ବୁଧବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟରେ ରାଣାକୁ ଆମେରିକାରୁ ସ୍ଵତନ୍ତ୍ର ବିମାନରେ ବସାଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଅପରାହ୍ନରେ ରାଣା ନୂଆଦିଲ୍ଲୀରେ ପହଞ୍ଚିବ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏର ସ୍ଵତନ୍ତ୍ର ଅଦାଲତରେ ହାଜର କରାଯିବ। ଏନଆଇଏ ତାକୁ ନିଜ ହେପାଜତକୁ ନେବା ଲାଗି ଆବେଦନ କରିବ। ପ୍ରାଥମିକ ଭାବେ ତାକୁ ତିହାର ଜେଲରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଜନ୍ମିତ କାନାଡା ନାଗରିକ ରାଣା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରରେ ସାମିଲ ଥିଲା। ସେ ତାର ବନ୍ଧୁ ଡାଭିଡ୍ କୋଲମ୍ୟାନ୍ ହେଡଲିକୁ ଆକ୍ରମଣ ଷଡଯନ୍ତ୍ରରେ ସହଯୋଗ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories