www.samajalive.in
Saturday, December 6, 2025
26.1 C
Bhubaneswar

ଦ୍ବାଦଶ ଶ୍ରେଣୀ ଛାତ୍ରକୁ ତୃତୀୟ ବିବାହ କଲେ ୩ ସନ୍ତାନର ମା’

ଲକ୍ଷ୍ନୌ: ତିନିଟି ସନ୍ତାନର ମା’ ହୋଇଥିବା ଜଣେ ମହିଳା ଦ୍ବିତୀୟ ସ୍ବାମୀଙ୍କୁ ଛାଡପତ୍ର ଦେବା ପୂର୍ବକ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ତୃତୀୟ ବିବାହ କରିଛନ୍ତି। ଉତ୍ତରପ୍ରଦେଶ ଅମରୋହ ଜିଲାର ସବନମ୍ (୩୦) ନିଜର ଧର୍ମ ପରିବର୍ତ୍ତନ କରିବା ପୂର୍ବକ ତୃତୀୟ ବିବାହ କରିଛନ୍ତି। ହସନପୁର ପୁଲିସ ସର୍କଲ ଅଧିକାରୀ ଦୀପ୍‌ କୁମାର ପନ୍ତ୍‌ଙ୍କ କହିବା ଅନୁଯାୟୀ ସବନମ୍ ହିନ୍ଦୁ ଧର୍ମ ଗ୍ରହଣ କରିବା ସହିତ ଏକ ମନ୍ଦିରରେ ବିବାହ କରିଛନ୍ତି। ଧର୍ମ ପରିବର୍ତ୍ତନ ପରେ ସବନମ୍ ନିଜକୁ ଶିବାନୀ ନାମରେ ପରିଚିତ କରାଇଛନ୍ତି। ସବନମ୍ ପୂର୍ବରୁ ଦୁଇଥର ବିବାହ କରିଥିଲେ। ଉତ୍ତରପ୍ରଦେଶ ଧର୍ମାନ୍ତରୀକରଣ ନିରୋଧ ଆଇନ ୨୦୨୧ ଅନୁଯାୟୀ ପୁଲିସ ଏହି ବିବାହର ସବିଶେଷ ପ୍ରସଙ୍ଗକୁ ଅନୁଧ୍ୟାନ କରୁଛି। ତେବେ ଏହାକୁ ନେଇ କୌଣସି ପ୍ରକାର ଅଭିଯୋଗ ହୋଇ ନାହିଁ। ସବ୍‌ନମ ପ୍ରଥମେ ମିରଟ୍‌ରେ ବିବାହ କରିଥିଲେ। ସେଠାରୁ ଛାଡପତ୍ର ପରେ ସାଇଦନୱାଲିର ତୌଫିକ୍‌ଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଦୁର୍ଘଟଣାରେ ତୌଫିକ୍ ଅକର୍ମଣ୍ୟ ହୋଇପଡିଥିଲେ। ପରେ ସେ ଦ୍ବାଦଶ ଶ୍ରେଣୀ ଛାତ୍ରର ପ୍ରେମରେ ପଡିଥିଲେ। ଛାତ୍ରର ପିତା ଦତ୍ତାରାମ ସିଂହ ପୁଅର ବିବାହକୁ ସମର୍ଥନ କରିବା ସହିତ ଉଭୟ ଖୁସିରେ ରହିବା କାମନା କରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories