www.samajalive.in
Monday, December 15, 2025
14.1 C
Bhubaneswar

ପୁଣି ପାରୋଲରେ ମୁକୁଳିଲେ ରାମ ରହିମ

ରୋହତକ(ହରିୟାଣା): ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ ପୁଣି ଥରେ ପାରୋଲ୍‌ରେ ମୁକୁଳିଛନ୍ତି। ସୁନାରିଆ ଜେଲ୍‌ରୁ ସେ ୧୩ତମ ଥର ପାଇଁ ପାରୋଲରେ ମୁକୁଳି ସିର୍‌ସାରେ ପହଞ୍ଚିଛନ୍ତି। ଏଥର ତାଙ୍କୁ ୨୧ ଦିନିଆ ପାରୋଲ ମିଳିଛି। ଏହି ସମୟ ଅବଧି ମଧ୍ୟରେ ସେ ସିର୍‌ସାସ୍ଥିତ ଡେରା ସଚ୍ଚା ସୌଦା ପରିସରରେ ରହିବେ। ଏହି ସମୟ ମଧ୍ୟରେ ଡେରା ମୁଖ୍ୟ ବିଭିନ୍ନ ଧାର୍ମିକ ତଥା ସେବାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କିନ୍ତୁ ଏପ୍ରିଲ ୨୯ ଡେରା ପ୍ରତିଷ୍ଠା ଦିବସକୁ ନେଇ ପ୍ରଶାସନ ଚିନ୍ତିତ।

ଏପ୍ରିଲ ୨୯ରେ ଡେରା ସଚ୍ଚା ସୌଦାର ୭୭ତମ ପ୍ରତିଷ୍ଠା ଦିବସ। ଏଥିପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଅନୁଗାମୀଙ୍କ ଆଗମନର ସମ୍ଭାବନା ରହିଛି। ଡେରା ମୁଖ୍ୟ ସାମାଜିକ ଗଣମାଧ୍ୟମରେ ୪୦ ସେକେଣ୍ଡର ଏକ ଭିଡିଓ ବାର୍ତ୍ତା ଜାରି କରି ଡେରାକୁ ନ ଆସିବାକୁ ଅନୁଗାମୀମାନଙ୍କୁ ନିବେଦନ କରିଥିଲେ ମଧ୍ୟ ପୂର୍ବ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପ୍ରଶାସନର ଚିନ୍ତା ବଢିଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories