www.samajalive.in
Sunday, December 14, 2025
17.1 C
Bhubaneswar

ପଳାଶପଙ୍ଗା ଅଞ୍ଚଳରେ ପାନୀୟ ଜଳର ଅଭାବ

କେନ୍ଦୁଝରଗଡ଼: ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ବର୍ଷ ଧରି ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି। ପଳାଶପଙ୍ଗା ସଂଲଗ୍ନ ଅଞ୍ଚଳରେ ୩ଟି ସ୍ପଞ୍ଜ ଲୁହା କାରଖାନା, ଗୋଟିଏ ରାଇସ୍‌‌ ମିଲ୍, ୪ଟି କ୍ରସର କାର୍ଯ୍ୟକ୍ଷମ ଥିବାବେଳେ ଏମାନେ ସମସ୍ତେ ଭୂତଳ ଜଳ ଉପରେ ବିଶେଷ ଭାବେ ନିର୍ଭରଶୀଳ। ଏହି କାରଣରୁ କାରଖାନା ସମେତ କ୍ରସର ସଂସ୍ଥାମାନ ନିଜ ନିଜ ପରିସରରେ ବେଆଇନ ଭାବେ ଗଭୀର ନଳକୂପ ଖନନ କରି ଭୂତଳ ଜଳକୁ ସଂଗ୍ରହ କରି ଶିଳ୍ପାନୁଷ୍ଠାନ ଚଳାଇ ଆସୁଥିବାବେଳେ ଚତୁଃପାର୍ଶ୍ବରେ ଥିବା କୂଅ, ପୋଖରୀ, ନାଳ, ଝରଣା ଆଦି ଗ୍ରୀଷ୍ମଋତୁର ବହୁ ପୂର୍ବରୁ ଶୁଖି ଯାଉଥିବାରୁ ଏଠାକାର ସାଧାରଣ ଲୋକେ ତଥା ଗୃହପାଳିତ ପଶୁ ପକ୍ଷୀ ଟୋପାଏ ପାନୀୟଜଳ ପାଇଁ ସଦା ସଂଘର୍ଷରତ।

ସେହିପରି ପାନୀୟ ଜଳର ଅଭାବ ହେଲେ ସମ୍ପୃକ୍ତ ଅଞ୍ଚଳରେ ନଳକୂପ ଖୋଳାଯାଇ ପାନୀୟଜଳ ସମସ୍ୟାର ସମାଧାନ ତୁରନ୍ତ କରାଯିବା ନେଇ ଜିଲା ପ୍ରଶାସନ ଡିଣ୍ଡିମ ପିଟୁଥିବାବେଳେ ଉକ୍ତ ଅଞ୍ଚଳରେ ଏହାର ଘୋର ବ୍ୟତିକ୍ରମ ଦେଖାଦେଇଛି। ପଳାଶପଙ୍ଗା ଓ ମୁରୁସୁଆଁ ଏହି ଦୁଇଗ୍ରାମକୁ ନିକଟସ୍ଥ ଅରଡେଇ ନଦୀରୁ ପାଇପଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ଆସୁଥିବାବେଳେ ପାଇପ ଫାଟିବା କାରଣରୁ ଆଜକୁ ପ୍ରାୟ ୪ବର୍ଷ ଧରି ଏହି ପ୍ରକଳ୍ପ ଅଚଳ ଯୋଗୁଁଁ ପାନୀୟଜଳ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ଯୋଗୁଁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ମେଗା ଜଳଅମଳ ପ୍ରକଳ୍ପ ମାଧ୍ୟମରେ ପାଇପ ଯୋଗେ ଘରକୁ ଘର ପାନୀୟଜଳ ଯୋଗାଣ ପାଇଁ ଠିକାଦାର ସଂସ୍ଥା ପକ୍ଷରୁ କେବଳ ପାଇପ ବିଛା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ ହୋଇନପାରିବା ଏହା କେବଳ ପ୍ରହସନରେ ପରିଣତ ହୋଇଛି ବୋଲି ସ୍ଥାନୀୟ ୱାର୍ଡ ସଭ୍ୟ ସତ୍ୟରଞ୍ଜନ ପ୍ରଧାନ ଦାବି କରିଛନ୍ତି। ମୁରୁସୁଆଁସ୍ଥିତ ବ୍ରାଣ୍ଡ ଆଲଏଜ ଆଣ୍ଡ ଷ୍ଟିଲ କାରଖାନା ପକ୍ଷରୁ ମୁରୁସୁଆଁ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ଲକ୍ଷ୍ୟରେ ମୁରୁସୁଆଁ ଖେଳ ପଡ଼ିଆରେ ଗଭୀର ନଳକୂପ ଖନନ କରି ଓଭରହେଡ ଟ୍ୟାଙ୍କ ମାଧ୍ୟମରେ ଘରକୁ ଘର ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେବା ଗ୍ରାମବାସୀଙ୍କୁ ନିରାଶ କରିଛି।

- Advertisement -

ପଳାଶପଙ୍ଗା ଅଞ୍ଚଳରେ କାର୍ଯ୍ୟକ୍ଷମ ଛୋଟବଡ ଶିଳ୍ପାନୁଷ୍ଠାନ ପକ୍ଷରୁ ମନଇଚ୍ଛା ଗଭୀର ନଳକୂପ ଖନନକୁ ବନ୍ଦ କରାଯିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କାର୍ଯ୍ୟକ୍ଷମ ଶିଳ୍ପସଂସ୍ଥା ପକ୍ଷରୁ ଓøଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ତୁଲାଇବା ଅବସରରେ ଗଭୀର ନଳକୂପ ଖୋଳାଯାଇ ଓଭରହେଡ୍‌‌ ଟ୍ୟାଙ୍କ ଜରିଆରେ ପାଇପଯୋଗେ ପାନୀୟଜଳ ଯୋଗାଇ ଦେବାକୁ ପଳାଶପଙ୍ଗା, ପର୍ଜନପୁର, କଣ୍ଡରାପଶି, ରାଇକଳା, କାଉଁରୀକଳା, ଗୋବର୍ଦ୍ଧନ ଓ ହାଣ୍ଡିଭଙ୍ଗା ଆଦି ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories