www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରସିଦ୍ଧ ରାବଣପୋଡି ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶ୍ରୀରାମ ବିବାହ ଓ ପର୍ଶୁରାମ ଭେଟ

କଳାପଥର (ବାଙ୍କୀ): କେନ୍ଦୁପଲ୍ଲୀ ପଂଚାୟତ ଅନ୍ତର୍ଗତ ପତନୀ ଗ୍ରାମରେ ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ରାମଲୀଳା ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶ୍ରୀରାମ ବିବାହ ଓ ପର୍ଶୁରାମ ଭେଟ ପ୍ରସଙ୍ଗକୁ ଶତାଧିକ ଦର୍ଶକ ଉପଭୋଗ କରିଛନ୍ତି। ବାଜା ବାଣ ରୋଶଣୀ ସହିତ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘନଙ୍କର ବିବାହ କାର୍ଯ୍ୟ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପତନୀ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ସମ୍ମୁଖ ନାଟ୍ୟ ମଣ୍ଡପରେ ବ୍ରାହ୍ମଣ ମନେ ବେଦ ମନ୍ତ୍ର ଉଚ୍ଚାରଣ କରି ବିବାହ କାର୍ଯ୍ୟ ସମାପନ କରିଥିଲେ। ମାତା ସୀତାଙ୍କୁ ସାଙ୍ଗରେ ନେଇ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତନ କରୁଥିବା ବେଳେ ପର୍ଶୁରାମଙ୍କ ସହ ଭେଟ ହୋଇଥିଲା। ପର୍ଶୁରାମଙ୍କ ଗର୍ବ ଗଞ୍ଜନ କରିବାର ଦୃଶ୍ୟ ଦର୍ଶକ ତଥା ଭକ୍ତ ମାନଙ୍କୁ ବିମୋହିତ କରିଥିଲା। ରାମାୟଣର କଥାବସ୍ତୁ ଉପରେ ଆଧାରିତ ୮୭ ବର୍ଷ ଧରି ଚାଲିଥିବା ରାମଲୀଲାରେ ଗ୍ରାମ୍ୟ କଳାକାରଙ୍କ ନିଖୁଣ ଅଭିନୟ ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ପ୍ରବଳ ଜନ ସାମଗମ ହୋଇଥିଲା। ଆସନ୍ତା ୨୦ ତାରିଖରେ ଲକ୍ଷ୍ମଣ ଶକ୍ତିଭେଦ ଏବଂ ୨୧ରେ ରାବଣପୋଡି ସହ ଶ୍ରୀରାମଙ୍କ ରାଜ୍ୟଭିଷେକ କରାଯିବ ବୋଲି ଯୁବ ଗୁରୁ ବନମାଳୀ ସାହୁ ସୂଚନା ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories