ଆଠଗଡ: ଆଠଗଡର ବିଶ୍ଵନାଥ ଆଦର୍ଶ ଉପ୍ରା ବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ସିନଗୋ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଥିବା ଏହି ପ୍ରଶିକ୍ଷଣ କର୍ମଶାଳାରେ ବ୍ଲକର ୧୭ଟି କ୍ଲଷ୍ଟରରୁ ୩୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଉଦଯାପନୀ ଉତ୍ସବରେ ପୌରୋହିତ୍ୟ କରି ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶିଶିର କୁମାର ମିଶ୍ର ଏହି କର୍ମଶାଳାର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଲକ୍ଷ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଶ୍ରେଣୀରେ ଶିକ୍ଷାଦାନ ସମୟରେ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ଶିକ୍ଷଣ କାର୍ଯ୍ୟକୁ ସରସ, ସୁନ୍ଦର ଓ ମନୋରଞ୍ଜନଧର୍ମୀ କରାଯାଇପାରିବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ ସ୍ୱଳ୍ପ ଖର୍ଚ୍ଚ ବା ବିନାମୂଲ୍ୟରେ ଶିକ୍ଷଣ ସାମଗ୍ରୀ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ କର୍ମଶାଳାରେ ତାଲିମ ଦିଆଯାଇଥିଲା। ଏଥିରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜିତ କୁମାର ମହାନ୍ତି ଯୋଗଦେଇ ଉଦବୋଧନ ଦେଇଥିଲେ। ସମ୍ବଳ ଶିକ୍ଷକ ତୁଷାର କୁମାର ବେଉରା, ମୁରଲୀଧର ସାହୁ, ଗଦାଧର ଲେଙ୍କା ଓ ହରପ୍ରସାଦ ବେହେରା କିପରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ତାକୁ ବ୍ୟବହାର କରି ଶିକ୍ଷାଦାନ କରିବେ ସେ ବିଷୟରେ ମାର୍ଗଦର୍ଶନ କରାଇଥିଲେ।
Popular Categories



