www.samajalive.in
Monday, December 15, 2025
14.1 C
Bhubaneswar

ପାଣି ପାଇଁ ଆନ୍ଦୋଳନର ହୁଙ୍କାର, ଖାଦାନରୁ ଗୋଟିଏ ବୁନ୍ଦା ପାଣି କାରଖାନାକୁ ଦେବୁନି କହିଲେ ଗ୍ରାମବାସୀ

ରାଜଗାଙ୍ଗପୁର: ପାଣିକୁ ନେଇ ତାତିଲେ ଗ୍ରାମବାସୀ, ଦେଲେ ଆନ୍ଦୋଳନ ଚେତାବନୀ। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅନ୍ତର୍ଗତ ଜାମପାଲିଠାରେ ଥିବା ଓସିଏଲ ଆଇରନ ଆଣ୍ଡ ଷ୍ଟିଲ କାରଖାନା ବିନା ଗ୍ରାମସଭାରେ ଗମାରଡିହିସ୍ଥିତ ପୁରୁଣା ପଥର ଖଣିରୁ ଜମିଥିବା ପାଣି ନେଉଥବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ରାଜଗାଙ୍ଗପୁର ନିକଟସ୍ଥ ଝାଡ଼ବେଡା ପଞ୍ଚାୟତବାସୀ ଏହାକୁ ନେଇ ଏକ ସ୍ବତନ୍ତ୍ର ଗ୍ରାମସଭା ମାଧ୍ୟମରେ ଗମାରଡିହି ମାଇନ୍ସରୁ ଗୋଟିଏ ବୁନ୍ଦା ପାଣି କାରଖାନାକୁ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ବିନା ଗ୍ରାମସଭାରେ ଗମାରଡିହିଠାରେ ଥିବା ଟାଟା କମ୍ପାନୀର ବନ୍ଦ ହୋଇଥିବା ମାଇନ୍ସରୁ ଜାମପାଲି ସ୍ପଞ୍ଜ କାରଖାନା ପ୍ରତିଦିନ ଲକ୍ଷ ଲକ୍ଷ ଲିଟର ପାଣି ନେଉଛି, ଯାହା ଫଳରେ ଆଖପାଖ ଅଞ୍ଚଳର ପ୍ରାୟ ୫/୬ ଟି ଗ୍ରାମରେ ବର୍ତ୍ତମାନଠାରୁ ପାଣି ସଙ୍କଟ ଦେଖା ଦେଇଛି। ନଳକୂପଗୁଡ଼ିକରେ ପାଣି ଆସୁନାହିଁ, ଭୂତଳ ଜଳସ୍ତର ତଳକୁ ତଳକୁ ଯାଉଛି। ଏହାକୁ ବିରୋଧ କରି ସ୍ଥାନୀୟ ସରକାରୀ ଅଧିକାରୀଙ୍କଠାରୁ ନେଇ ଜିଲାପାଳଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଛି। ମାତ୍ର ଗତ ବିଜେଡି ସରକାର ଅମଳରୁ ଏପରି ଚାଲୁଛି, ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବିକରି କରି ଝାରବେଡା ପଂଚାୟତ କାର୍ଯ୍ୟାଳୟଠାରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇଥିଲା। ଗ୍ରାମସଭାରେ ଶହ ଶହ ଗ୍ରାମବାସୀ ଉପସ୍ଥିତ ରହି ଖାଦାନରୁ ପାଣି ନେବାକୁ ଦେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories