www.samajalive.in
Monday, December 15, 2025
17.1 C
Bhubaneswar

ବ୍ଲକସ୍ତରୀୟ ଇକୋ କ୍ଳବ ପ୍ରକଳ୍ପ ପ୍ରଦର୍ଶନୀ

କେନ୍ଦୁଝରଗଡ : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ଶୁକ୍ରବାର ବ୍ଲକସ୍ତରୀୟ ପରିପୋଷନୀୟ ଜୀବନଶୈଳୀ ଆଧାରିତ ପ୍ରକଳ୍ପ ପ୍ରଦର୍ଶନୀ ଇକୋ କ୍ଳବ ଅଧୀନରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜୟ ପ୍ରକାଶ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲା ଶିକ୍ଷଧିକାରୀ ପବିତ୍ର ମୋହନ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜୀବ ଜଗତ ଓ ଭୌତିକ ଜଗତ ମଧ୍ୟରେ ପାରସ୍ପରିକ ସହାବସ୍ଥାନ ହିଁ ପରିବେଶର ସନ୍ତୁଳନ ରକ୍ଷା କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଦୈନନ୍ଦିନ ଜୀବନ ଚର୍ଯ୍ୟା ମାଧ୍ୟମରେ ପରିବେଶର ଭାରସାମ୍ୟ ରକ୍ଷା କରାଯାଇ ପାରିବ ବୋଲି ମତ ଦେଇଥିଲେ । ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜଗଦୀଶ ଚନ୍ଦ୍ର ନାଏକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନେ ଜ୍ଞାନ ପିପାସୁ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନସ ରଞ୍ଜନ ମିଶ୍ର ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟସ୍ତରରେ ଇକୋ କ୍ଲୋବର ଆବଶ୍ୟକତା ଓ ଉପଯୋଗୀତା ଉପରେ ମତବ୍ୟକ୍ତ କରିଥିଲେ । ସର୍ବମୋଟ ୪୫ଟି ପ୍ରକଳ୍ପ ୪୫ଜଣ ମାର୍ଗଦର୍ଶକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗରେ ପ୍ରଦର୍ଶିତ ହୋଇଥିଲା । ପ୍ରକଳ୍ପ ଗୁଡ଼ିକୁ ଅବସରପ୍ରାପ୍ତ ପ୍ରାଧ୍ୟାପକ କୁଳମଣି ପ୍ରଧାନ, ବ୍ରଜବନ୍ଧୁ ମହାବିଦ୍ୟାଳୟ ହରିଚନ୍ଦନପୁରର ରସାୟନ ବିଜ୍ଞାନ ଅଧ୍ୟାପକ ଟିକେଶ୍ୱର ବାରିକ ଓ ଉଭିଦ ବିଜ୍ଞାନ ଅଧ୍ୟାପିକା ଅମୀୟବାଳା ନାଏକ ମୂଲ୍ୟାୟନ କରିଥିଲେ । ଶ୍ରେଷ୍ଠ ବିବେଚିତ ପ୍ରକଳ୍ପକୁ ଅତିଥିଗଣ ପୁରସ୍କୃତ କରିଥିଲେ ଓ ଏହି ପ୍ରକଳ୍ପ ଗୁଡ଼ିକ ଜିଲାସ୍ତରୀୟ ପ୍ରଦର୍ଶନୀରେ ପ୍ରଦର୍ଶୀତ ହେବ ବୋଲି ସୂଚିତ କରାଯାଇଥିଲା । ଶିକ୍ଷକ ଅଜ୍ଞାନ କୁମାର ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅରୁଣ କୁମାର ପୃଷ୍ଟି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସହଯୋଗରେ କାର୍ଯକ୍ରମ ସମ୍ପାଦିତ ହୋଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories