www.samajalive.in
Saturday, December 6, 2025
17.1 C
Bhubaneswar

ରାଜଧାନୀରେ ଡବଲ୍‌ ଏନ୍‌କାଉଣ୍ଟର: ପୁଲିସ୍‌ ଗୁଳିରେ ଦୁଇ ଅପରାଧୀ ଆହତ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଡବଲ୍ ଏନକାଉଣ୍ଟର। ବଡଗଡ ଅଞ୍ଚଳରେ କମିଶନରେଟ୍ ପୁଲିସ୍ ଦୁଇ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ଏଥିରେ ଦୁଇ ଜଣ ଅପରାଧୀ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଆହତ ଅପରାଧୀ ହେଉଛନ୍ତି ବିହାରର ସୋନୁ ଯାଦବ ଏବଂ ମନୀଷ ଯାଦବ। ସମ୍ପୃକ୍ତ ଦୁଇ ଅପରାଧୀଙ୍କୁ ଧରିବାକୁ ପୁଲିସ୍ ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଥିଲା। କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ଉକ୍ତ ସ୍ଥାନକୁ ଯାଇ ଏନକାଉଣ୍ଟର କରିଥିଲା। ଅପରାଧୀମାନେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲେ। ମାତ୍ର ପୁଲିସର ପାଲଟା ଗୁଳି ଚାଳନାରେ ଉଭୟ ଆହତ ହୋଇଥିଲେ। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ ଏବଂ  କିଛି ଗୁଳି ଜବତ ହୋଇଛି। ଗତ ୨୦ତାରିଖ ଦିନ ରାଜଧାନୀରେ ୬ଟି ଚେନ୍ ଛିନତାଇ କରିଥିଲେ। ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories