www.samajalive.in
Monday, December 15, 2025
14.1 C
Bhubaneswar

ବୈତରଣୀ ମହୋତ୍ସବ ପାଇଁ ଆଖଣ୍ଡଳମଣିପୀଠରୁ ଗଲା ଆଜ୍ଞାମାଳ

ଆରଡି : ଭଦ୍ରକ ଜିଲାର ବହୁ ପୁରାତନ ବନ୍ଦରନଗରୀ ଚାନ୍ଦବାଲି ଓ ସୀମାନ୍ତବର୍ତ୍ତୀ ଜିଲା କେନ୍ଦ୍ରାପଡାର ରାଜକନିକା  ମଧ୍ଯରେ ବନ୍ଧୁତା ଓ ଭାଇଚାରା ବଜାଇ ରଖିବା ପାଇଁ  ଚଳିତବର୍ଷ କନିକା ଚାନ୍ଦବାଲି ବୈତରଣୀ ମହୋତ୍ସବ ସଂଘ  ପକ୍ଷରୁ “ବୈତରଣୀ ମହୋତ୍ସବ ଆସନ୍ତା ୨୦ରୁ  ୨୪ ତାରିଖ ଯାଏଁ ମହା ଆଡମ୍ବର ସହ ପାଳନ କରାଯିବ। ଏଥିପୂର୍ବରୁ ବୈତରଣୀ ମହୋତ୍ସବ ଆୟୋଜକମାନେ ଆରଡିପୀଠର ଆରାଧ୍ଯ ଦେବ ବାବା ଆଖଣ୍ଡଳମଣିଙ୍କ ଆଜ୍ଞାମାଳ ପାଇଁ  ଗୁରୁବାର ଚାନ୍ଦବାଲିରୁ  ଏକ ଶୋଭାଯାତ୍ରାରେ ବାହାରି  ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଧାମ ପହଁଚିଥିଲେ। ସମସ୍ତ ସଦସ୍ଯ ମଣିବାବାଙ୍କ ପାଖରେ ପୂଜାର୍ଚ୍ଚନା ସହ ଦୀପ ଜାଳିଥିଲେ। ପରେ ମଣିବାବାଙ୍କ ଆଜ୍ଞାମାଳ ପାଇବା ପରେ ଘଣ୍ଟାକିର୍ତ୍ତନରେ ବେଢା ପରିକ୍ରମା କରି ଚାନ୍ଦବାଲି ଅଭିମୁଖେ ଯାତ୍ରା କରିଥିଲେ। ଏହି ମହୋତ୍ସବ ୨ଟି ଜିଲାର ଭାଇଚାରା ସହ ବନ୍ଧୁତା ବଢାଇବ ବୋଲି ଆୟୋଜକ ମାନେ କହିଛନ୍ତି। ସେହିପରି ଏହି ବୈତରଣୀ ମହୋତ୍ସବରେ ରାଜ୍ଯର ରାଜ୍ଯର ହସ୍ତଶିଳ୍ପ, ଓରମାସ ଆଦିର ପସରା ମେଲିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories