www.samajalive.in
Sunday, December 14, 2025
19.1 C
Bhubaneswar

ପାଣିଚିରି ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଗୁରୁଡିଝାଟିଆ : ବିଲୁପ୍ତ ଅବସ୍ଥାରେ ଇଣ୍ଡିଆନ ସ୍କ୍କିମର(ପାଣିଚିରି ପକ୍ଷୀ) । ଏହାର ସୁରକ୍ଷା ଓ ବଂଶ ବୃଦ୍ଧି ଦିଗରେ ନିଜକୁ ସାମିଲ କରି ସଚେତନତା ଶୋଭାଯାତ୍ରା କରିଛନ୍ତି ବିଦ୍ୟାର୍ଥୀମାନେ। ଏପରିକି ବିଦ୍ୟାର୍ଥୀଙ୍କ ମନ ଓ ହୃଦୟରେ ପରିବେଶ,ପ୍ରକୃତି , ବନ୍ୟ ପ୍ରାଣୀ ସର୍ବୋପରି ପାନିଚିରି ପକ୍ଷୀଙ୍କ ପ୍ରତି ସମ୍ବେଦନଶୀଳତା ଭରିଦେବା ପାଇଁ ଆଠଗଡ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କ ଅଧ୍ୟକ୍ଷତାରେ କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସଭାରେ ପରିବେଶବିତ ଶ୍ୱେତ କାନ୍ତ ବେହେରା ଅତିଥି ଭାବେ ଯୋଗ ଦେଇ କହିଥିଲେ, ପାଣିଚିରୀ ପ୍ରକୃତିର ବନ୍ଧୁ, ନଦୀ ଜଳରେ ଥିବା ତୈଳିକ ଭାସମାନ ଦ୍ରବ୍ୟକୁ ପରିଷ୍କାର କରିଥାନ୍ତି। ଏହି ପକ୍ଷୀ ଏବେ ସଙ୍କଟରେ ଅଛନ୍ତି। ଏହାର ସୁରକ୍ଷା ଓ ଅଭିବୃଦ୍ଧି ଆମ ସମସ୍ତଙ୍କ ଦାୟିତ୍ଵ ବୋଲି କହିଥିଲେ। ସମାଜସେବୀ ବଂଶୀଧର ଶତପଥୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକ ଓ ଶିକ୍ଷୟିତ୍ରୀ ଇପ୍ସିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କଖଡି ଉଚ୍ଚ ବିଦ୍ୟାଳୟରେ ପାଣିଚିରୀ ପକ୍ଷୀ ବିଷୟ ବସ୍ଥୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଏଥିରେ ଆୟଶ କାନ୍ତ ସାହୁ(ପ୍ରଥମ),ପ୍ରଜ୍ଞା ପାରମିତା ଖଟୁଆ( ଦ୍ୱିତୀୟ), ଓ ରାଜଶ୍ରୀ ମୁଦୁଲି, ରୋଷନ  କୁମାର ସାହୁ ଯୁଗ୍ମ ଭାବେ ତୃତୀୟ ହୋଇ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ବ୍ରହ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ସଚେତନତା ଶୋଭାଯାତ୍ରା କରିଥିବାବେଳେ କଖଡି ମସ୍ୟଜିବି ସମିତିର କର୍ମକର୍ତ୍ତାଙ୍କୁ ମଧ୍ୟ ସଚେତନତା କରାଯାଇଥିଲା। ଶିକ୍ଷୟିତ୍ରୀ ରଶ୍ମିତା ନାଥ, ସୁବାସୀନି ଦାସ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ଵ ଗ୍ରହଣ କରିଥିବାବେଳେ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ପ୍ରଧାନ ଶିକ୍ଷକ ପଦାରବିନ୍ଦ ଶତପଥୀ,ଜ୍ୟୋତିର୍ମୟୀ ଦାସ ମୋନାଲିସା ନାୟକ ,ସୁକାନ୍ତ କୁମାର ନାୟକ, ହେମନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ରାଉତ ଓ  ବନପାଳ ସୁଶାନ୍ତ ଲେଙ୍କା, ବନରକ୍ଷୀ ରମାକାନ୍ତ ବଳବନ୍ତ, ସବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories