www.samajalive.in
Sunday, December 14, 2025
19.1 C
Bhubaneswar

ଆଉ ୨ ଦିନ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ,ସରକାରୀ ଚାକିରି, ହେବେ ମାଲାମାଲ୍‌..

ଶନିବାର ୫ ଏପ୍ରିଲ୍‌ ୨୦୨୫ରେ ମଙ୍ଗଳ ଓ ଶନି ଏକାଠି ହେବା ଫଳରେ ଏକ ଶୁଭ ଓ ଶକ୍ତିଶାଳୀ ଯୋଗ ସୃଷ୍ଟି ହେବ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହେବ । ଶନି ଓ ମଙ୍ଗଳ ଏକାଠି ହୋଇ ନବପଞ୍ଚମ ଯୋଗ ସୃଷ୍ଟି କରିବେ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଯୋଗ ଫଳରେ ବ୍ୟକ୍ତିଙ୍କ କର୍ମକ୍ଷେତ୍ର ସହ ଜୀବନରେ ଅନେକ ସଫଳତା ପ୍ରାପ୍ତି ହୋଇଥାଏ । ପରିଶ୍ରମ ଓ ସଂଘର୍ଷ ପରେ ଲକ୍ଷ୍ୟ ସ୍ଥଳରେ ସହଜରେ ପହଞ୍ଚି ଥାନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ସାହସର କାରକ ହୋଇଥିବା ବେଳେ ଶନି ପରିଶ୍ରମ ଓ କର୍ମଫଳ ଦାତା । ଏହି ରାଶି ହେବେ ଭାଗ୍ୟଶାଳୀ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟ ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଚିନ୍ତା ଦୂର ହେବ ।

- Advertisement -

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ଧନ ଲାଭ ସହ ମାନ-ସମ୍ମାନ ବୃଦ୍ଧି ହେବ । ଜୀବନରେ ଥିବା ସମସ୍ୟା ଦୂର ହେବା ସହ କାର୍ଯ୍ୟରେ ସଫଳତା ମିଳିବ । ଖୁସିର ଆଗମନ ହେବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ ।

ତୁଳା – ଏହି ରାଶିଙ୍କୁ ମଧ୍ୟ ନବପଞ୍ଚମ ରାଜଯୋଗର ଶୁଭଫଳ ମିଳିବ । ପରିଶ୍ରମର ଫଳ ସହ ସଫଳତା ପ୍ରାପ୍ତି ହେବ । ପରିବାରରେ ଥିବା ସମସ୍ୟା ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରିରେ ଥିବା ସମସ୍ୟା ଦୂର ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ସରକାରୀ ଚାକିରି ହେବାର ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଧନ ସମ୍ପତ୍ତି ବୃଦ୍ଧି ହେବ ।

କୁମ୍ଭ- ଚାକିରିରେ ପଦନ୍ନୋତି ହେବାର ଯୋଗ ରହିଛି । ସହକର୍ମୀଙ୍କ ସହଯୋଗ ମିଳିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ବଡ ଲାଭ ହେବ । ଧନ ପ୍ରାପ୍ତି ସହ ଭୂମି କିଣିବାର ଯୋଗ ରହିଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories