www.samajalive.in
Saturday, December 6, 2025
14.1 C
Bhubaneswar

ଦୀପରୁ ନିଆଁ ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଦୀପରୁ ନିଆଁ ଲାଗି ଗୁରୁତର ଆହତ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଗିରିଜା ବ୍ୟାସ। ଗୁରୁତର ଅବସ୍ଥାରେ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ତାଙ୍କ ଭାଇ ଗୋପାଳ ଶର୍ମାଙ୍କଠାରୁ ସୂଚନା ମିଳିଛି।

ଗୋପାଳଙ୍କ ସୂଚନା ଅନୁସାରେ, ଗିରିଜା ପୂଜାଘରେ ଆଳତି କରୁଥିଲେ। ଏହି ସମୟରେ ତଳେ ଜଳୁଥିବା ଏକ ଦୀପରୁ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ସେ ଚିତ୍କାର କରିଥିଲେ। ପରିବାର ଲୋକେ ତୁରନ୍ତ ପହଞ୍ଚି ତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗିରିଜା ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷା ଭାବେ କାର୍ଯ୍ୟ ନିବାହ କରିଛନ୍ତି। ତା’ ସହିତ ସେ ଜାତୀୟ ମିହଳା ଆୟୋଗ ଅଧ୍ୟକ୍ଷା ଭାବେ ମଧ୍ୟ ନିଯୁକ୍ତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories