www.samajalive.in
Sunday, December 7, 2025
14.1 C
Bhubaneswar

ଗୁଜର ଆନ୍ଦୋଳନ: ୧୪ ଟ୍ରେନ୍‍ ବାତିଲ, ୪ର ରେଳ ପଥ ପରିବର୍ତ୍ତନ

ଜୟପୁର : ୫% ସଂରକ୍ଷଣ ଦାବିରେ ରାଜସ୍ଥାନରେ ଦୁଇ ଦିନ ହେବ ଗୁଜର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁଁ ଶନିବାର ୧୪ ଟ୍ରେନ୍‍ ଚଳାଚଳ ବାତିଲ୍‍ କରିଦିଆଯାଇଛି। ୪ଟି ଟ୍ରେନ୍‍ର ରେଳ ପଥ ବଦଳାଇ ଦିଆଯାଇଛି। ପ୍ରକାଶ ଯେ ଆନ୍ଦୋଳନ ଯୋଗୁଁ ଶୁକ୍ରବାର ୨୫ଟି ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସାୱାଇ ମାଧୋପୁରରୁ ମଲାରନା ରେଳ ଷ୍ଟେସନ ଏବଂ ନିମୋଦା ରେଳ ଷ୍ଟେସନ ମଝିରେ ଗୁଜର ଆନ୍ଦୋଳନକାରୀମାନେ ରେଳ ଧାରଣାରେ ତମ୍ବୁ ଟାଣି ବସିଛନ୍ତି। ଫଳରେ ମୁମ୍ବଇ- ଦିଲ୍ଲୀ ମଧ୍ୟରେ ରେଳ ଚଳାଚଳ ବନ୍ଦ ହୋଇଯାଇଛି। ଶୁକ୍ରବାର ଆନ୍ଦୋଳନକାରୀମାନେ ସାୱାଇ ମାଧୋପୁର, ଗଗଙ୍ଗାନଗରରେ ଏକ ଟ୍ରେନ ଅଟକାଇ ରଖିଥିଲେ।
ଆନ୍ଦୋଳନକୁ ଦୃଷ୍ଟିରେ ରଖି ଭରତପୁର, କରୌଲି, ସାୱାଇ ମାଧୋପୁର, ଦୌସା ଏବଂ ଟାଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ସୁରକ୍ଷା ବଳ ମଗାଯାଇଛି। ରେଳ ଧାରଣାର ସୁରକ୍ଷା ପାଇଁ ୮ ଜିଲାରେ ୧୭ ପ୍ଲାଟୁନ୍‍ ରାଜସ୍ଥାନ ସଶସ୍ତ୍ର ବଳଙ୍କୁ ମୁତୟନ କରାଯାଇଛି। କର୍ଣ୍ଣଲ କିରୋଡ଼ି ସିଂହ ବୈସଂଲା ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ସେ କହିଛନ୍ତି ଯେ ଆମେ ମାତ୍ର ୫% ସଂରକ୍ଷଣ ମାଗିଥିଲୁ ହେଲେ ସରକାର ଆମ ଅନୁରୋଧର କୌଣସି ଜବାବ ରଖିନାହାନ୍ତି। ତେଣୁ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ।
ଶନିବାର ଡେହରାଡୁନ- ବାନ୍ଦ୍ରା ଏକ୍ସପ୍ରେସ୍‍, ବାନ୍ଦ୍ରା ଟର୍ମିନସ୍‍- ଲକ୍ଷ୍ନୌ ଏକ୍ସପ୍ରେସ୍‍, ଇନ୍ଦୋର- ନୂଆଦିଲ୍ଲୀ ସୁପରଫାଷ୍ଟ ଏକ୍ସପ୍ରେସ୍‍, ନୂଆ ଦିଲ୍ଲୀ- ଇନ୍ଦୋର ସୁପରଫାଷ୍ଟ ଏକ୍ସପ୍ରେସ୍‍, ବାନ୍ଦ୍ରା- ନିଜାମୁଦ୍ଦିନ ଗରିବ ରଥ ଟ୍ରେନ୍‍ ଚଳାଚଳ ବାତିଲ କରି ଦିଆଯାଇଛି।
ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ ରାଜସ୍ଥାନ ସରକାର ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱଭେନ୍ଦ୍ର ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ଏବଂ ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ଭବରଲାଲ ମେଘୱାଲଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories