www.samajalive.in
Saturday, December 6, 2025
17.1 C
Bhubaneswar

ଅଜଣା ଗାଡି ଧକ୍କାରେ ଦମ୍ପତି ଗୁରୁତର ଘଟଣା: ହଟିଲା ରାସ୍ତା ଅବରୋଧ

କାମାକ୍ଷାନଗର:କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥ ଆଳତୁମାଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ବାଇକ୍ କୁ ଧକ୍କା ଦେଇଛି। ଦୁର୍ଘଟଣା ବାଇକ୍ ଆରୋହୀ ଦମ୍ପତି ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ଅନୁସାରେ ଅଲତୁମା ଗାଁର ବଦଗିଲା ହରିଜନ ବସ୍ତି ର ବଦ୍ରି ପାତ୍ର ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁ ଆଳତୁମା ଗାଁରୁ ବିଳମ୍ବିତ ରାତିରେ ଏକ ବାଇକ ରେ ଘରକୁ ଫେରୁଥିଲେ । ଫେରିବା ସମୟରେ ଆଳତୁମା ବଦଗିଲା ଛକ ଠାରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଏଥିରେ ବାଇକ୍ ଆରୋହୀ ଦମ୍ପତି ଗୁରୁତର ଭାବେ ଆହତ ହୋଇ ଘଟଣା ସ୍ଥଳରେ ପଡି ରହିଥିଲେ।  ପଛରେ ଆସୁଥିବା ଗାଁର କିଛି ଯୁବକ ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ବସ୍ତିବାସିନ୍ଦା ଏହି ଖବର ପାଇବା ପରେ ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ କରିଥିଲେ।  ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବ ଶହ ଶହ ଭାରୀଯାନ ସହିତ ଯାତ୍ରୀବାହୀ ବସ ଅଟକି ରହିଥିଲା । ଖବରପାଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ଥାନା ଅଧିକାରୀ ଆଶିଷ କୁମାର ଜେନା ପ୍ରମୁଖ  ଆନ୍ଦୋଳନକାରୀ ମାନଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ। ଆଲୋଚନା ଭିତରେ ଯଥା ସମ୍ଭବ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories