www.samajalive.in
Friday, December 12, 2025
14.1 C
Bhubaneswar

ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦେଲେନାହିଁ ବାଚସ୍ପତି

ଡେସ୍କ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଗୃହରେ କହିବାକୁ ଦେଇନଥିଲେ। ମହାକୁମ୍ଭ ଏବଂ ବେକାରୀ ପ୍ରସଙ୍ଗରେ ସେ କିଛି କହିବାକୁ ଚାହୁଁଥିଲେ ବୋଲି ଗାନ୍ଧୀ କହିଛନ୍ତି।ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକୁମ୍ଭ ଉପରେ ଭାଷଣ ଦେଇଥିଲେ ଏବଂ ମୁଁ ମଧ୍ୟ ମହା କୁମ୍ଭ ମେଳା ଉପରେ କହିବାକୁ ଚାହୁଁଥିଲି। ମୁଁ କହିବାକୁ ଚାହୁଁଥିଲି କୁମ୍ଭ ମେଳା ବହୁତ ଭଲ ଥିଲା। ମୁଁ ବେରୋଜଗାରୀ ଉପରେ ମଧ୍ୟ କହିବାକୁ ଚାହୁଁଥିଲି କିନ୍ତୁ ମୋତେ ଅନୁମତି ଦିଆଯାଇନଥିଲା । ବାଚସ୍ପତିଙ୍କ ଆଭିମୁଖ୍ୟ ଓ ଚିନ୍ତାଧାରା କ’ଣ ତାହା ମୁଁ ଜାଣେ ନାହିଁ, କିନ୍ତୁ ସତ କଥା ହେଉଛି ଆମକୁ କହିବାକୁ ଦିଆଯାଉନାହିଁ ବୋଲି ରାହୁଲ କହିଛନ୍ତି।

ଗୃହକୁ ମୁଲତବୀ କରିବା ପୂର୍ବରୁ ଶ୍ରୀ ବିର୍ଲା ତାଙ୍କ ବିଷୟରେ ଭିତ୍ତିହୀନ ମନ୍ତବ୍ୟ ଦେଇଥିଲେ ବୋଲି ସେ କହିଛନ୍ତି।

- Advertisement -

ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଜାଣେ ନାହିଁ କ’ଣ ହେଉଛି। ମୁଁ ବାଚସ୍ପତିଙ୍କୁ ଅନୁରୋଧ କଲି କିନ୍ତୁ ସେ ପଳାଇ ଯାଇଥିଲେ। ଗୃହ ଚଳାଇବା ପାଇଁ ଏହା କୌଣସି ଉପାୟ ନୁହେଁ। ବାଚସ୍ପତି ଚାଲିଗଲେ ଏବଂ ମୋତେ କହିବାକୁ ଦେଲେ ନାହିଁ। ସେ ମୋ ବିଷୟରେ କିଛି ଭିତ୍ତିହୀନ କଥା କହିଥିଲେ ଏବଂ ଗୃହକୁ ମୁଲତବୀ ରଖିଥିଲେ, ଏହାର କୌଣସି ଆବଶ୍ୟକତା ନଥିଲା ବୋଲି ରାୟବରେଲି ସାଂସଦ କହିଛନ୍ତି।

ସେ କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କୁ କହିବା ପାଇଁ ସମୟ ଦିଆଯିବା ଆବଶ୍ୟକ। କିନ୍ତୁ ଯେତେବେଳେ ବି ମୁଁ ଠିଆ ହୁଏ, ମୋତେ କହିବାକୁ ବାରଣ କରାଯାଏ। ମୁଁ କିଛି କରିନଥିଲି, ମୁଁ ଚୁପ୍ ଚାପ୍ ବସିଥିଲି। ଗଣତନ୍ତ୍ର ପାଇଁ କୌଣସି ସ୍ଥାନ ନାହିଁ। କେବଳ ସରକାରଙ୍କ ପାଇଁ ଏକ ସ୍ଥାନ ରହିଛି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ବାଚସ୍ପତି ଶ୍ରୀ ବିର୍ଲା ଗାନ୍ଧୀଙ୍କୁ ଗୃହର ନିୟମ ମାନିବାକୁ କହିଛନ୍ତି। ସେ କହିଛନ୍ତି, ଗୃହର ଶୃଙ୍ଖଳା ଓ ପବିତ୍ରତାର ଉଚ୍ଚ ମାନଦଣ୍ଡକୁ ବଜାୟ ରଖିବା ପାଇଁ ଆପଣଙ୍କଠାରୁ ଆଶା କରାଯାଉଛି। ବିରୋଧୀ ଦଳ ନେତା ନିୟମ ଅନୁଯାୟୀ ଆଚରଣ କରିବେ ବୋଲି ମୁଁ ଆଶା କରୁଛି ବୋଲି ବାଚସ୍ପତି କହିଛନ୍ତି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories