www.samajalive.in
Friday, December 12, 2025
14.1 C
Bhubaneswar

ବାଇକ ଓ ସ୍କୁଟରରେ ରିହାତି ଦେଉଛି ହୋଣ୍ଡା, ଏତେ ଟଙ୍କା କମରେ କିଣିପାରିବେ ଗ୍ରାହକ

ନୂଆଦିଲ୍ଲୀ : ଯଦି ଆପଣ ନୂଆ ବାଇକ୍ କିମ୍ବା ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ହୋଣ୍ଡା ନିଜ ଲୋକପ୍ରିୟ ଦୁଇଚକିଆ ଯାନ ଉପରେ ଆକର୍ଷଣୀୟ ରିହାତି ଘୋଷଣା କରିଛି । କମ୍ପାନୀ ଆକ୍ଟିଭା, ଆକ୍ଟିଭା ୧୨୫, ସାଇନ୍ ୧୦୦ ଓ ସାଇନ୍ ୧୨୫ ଭଳି ମଡେଲରେ ୫୧୦୦ ଟଙ୍କାର ଇନଷ୍ଟାଣ୍ଟ ରିହାତି ଦେଉଛି । ଏହା ବ୍ୟତୀତ ଗ୍ରାହକଙ୍କୁ ଏକ ଉପହାର ମଧ୍ୟ ମିଳୁଛି । ତେବେ ଏହି ଅଫର କେବଳ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବୈଧ । ଅର୍ଥାତ୍ ଗ୍ରାହକ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଅଫରର ଫାଇଦା ଉଠାଇ ପାରିବେ ।

ହୋଣ୍ଡା ନିକଟରେ ଭାରତୀୟ ବଜାରରେ ନିଜ ସିବି୨୫୦ଆରଏସ୍ ଓ ହାଇନେସ୍ ସିବି୩୫୦ ବାଇକ୍ସର ୨୦୨୫ ଭାରିଆଣ୍ଟ ନେଇଆସିଛି । ଏଥର କମ୍ପାନୀ ଏହି ବାଇକ୍ସ ପାଇଁ ନୂଆ ରଙ୍ଗ ବିକଳ୍ପ ଆଣିଛି । ହୋଣ୍ଡା ଏନଏକ୍ସ ୨୦୦ ବାଇକକୁ ଲଞ୍ଚ୍ କରିଦେଇଛି ଯାହାର ଏକ୍ସ ଶୋରୁମ୍ ଦାମ୍ ୧.୬୮ ଲକ୍ଷ ଟଙ୍କା ରଖାଯାଇଚି । ଏନଏକ୍ସ ୨୦୦କୁ ୩ ନୂଆ ରଙ୍ଗର ବିକଳ୍ପରେ ଆଣିଛି କମ୍ପାନୀ । ଏଥିରେ ଚାର୍ଜିଂ ପାଇଁ ପୋର୍ଟ ଦିଆଯାଇଛି ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories