www.samajalive.in
Friday, December 12, 2025
16.1 C
Bhubaneswar

ସ୍ତ୍ରୀ ସହ ପରକୀୟାପ୍ରୀତି, ଭଡ଼ାଟିଆଙ୍କୁ ଜୀବନ୍ତ ପୋତିଦେଲେ ସ୍ଵାମୀ; ୩ମାସ ପରେ ମିଳିଲା ମୃତଦେହ

ସମାଜ ଡିଜିଟାଲ ହେସ୍କ: ସ୍ତ୍ରୀ ସହିତ ପରକୀୟାପ୍ରୀତି ରଖିବାକୁ ଭଡ଼ାଟିଆଙ୍କୁ ଜୀବନ୍ତ ପୋତିଦେଇଛନ୍ତି ଘର ମାଲିକ। ପ୍ରାୟ ୩ମାସ ଧରି ଭଡ଼ାଟିଆ ନିଖୋଜ ରହିବା ପରେ ଶେଷରେ ଏକ ୭ଫୁଟ ଗଭୀର ଗର୍ତ୍ତରୁ ତାଙ୍କ ମୃତଦେହ ମିଳିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଘର ମାଲିକ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ରୋହତକରେ।

ପୁଲିସ ସୂଚନା ଅନୁସାରେ, ଜଗଦୀପ ନାମକ ଜଣେ ଯୁବକ ନିଖୋଜ ଥିବା ନେଇ ଗତ ଜାନୁୟାରୀରେ ଶିବାଜୀ କଲୋନୀ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ଜଗଦୀପଙ୍କୁ ଅପହରଣ କରାଯାଇ ଜୀବନ୍ତ ପୋତି ଦିଆଯାଇଥିଲା। ଏହି ଘଟଣାରେ ହରଦୀପ ଏବଂ ଧରମପାଲ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପରେ ଘଟଣାସ୍ଥଳରୁ ଜଗଦୀପଙ୍କ ମୃତଦେହକୁ ଜବତ କରାଯାଇଛି। ଏହି ଘଟଣାରେ ଆଉ ଜଣେ କିମ୍ବା ଦୁଇଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

- Advertisement -

ହରଦୀପ ପୁଲିସକୁ କହିଛି ଯେ, ଜଗଦୀପ ତାଙ୍କ ଘରେ ଭଡ଼ାରେ ରହୁଥିଲା। କିନ୍ତୁ ଜଗଦୀପ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପରକୀୟାପ୍ରୀତି ରହିଥିବା ସେ ଜାଣିବାକୁ ପାଇଥିଲେ। ତେଣୁ ଜଗଦୀପଙ୍କୁ ହତ୍ୟା ପାଇଁ ସେ ଯୋଜନା କରିଥିଲେ। ଚରଖି ଦାଦ୍ରି ଗ୍ରାମରେ ଏକ ୭ଫୁଟର ଗର୍ତ୍ତ ଖୋଳିବାକୁ ସେ କିଛି ଲୋକଙ୍କୁ ଟଭ୍କା ଦେଇଥିଲେ। ବୋରଓ୍ବେଲ ଖୋଳାଯିବ ବୋଲି ସେ ଲୋକମାନଙ୍କୁ କହିଥିଲେ। ଏହା ପରେ ଡିସେମ୍ବର ୨୪ରେ ହରଦୀପ ନିଜର କିଛି ସାଙ୍ଗମାନଙ୍କ ସହିତ ମିଶି ଜଗଦୀପଙ୍କୁ ଅପହରଣ କରିଥିଲେ। ତାଙ୍କ ହାତ, ଗୋଡ଼ ବାନ୍ଧିବା ସହିତ ମୁହଁକୁ ମଧ୍ୟ ସେଲୋଟେପ ଦ୍ଵାରା ବନ୍ଦ କରିଦେଇଥିଲେ। ପରେ ତାଙ୍କୁ ନିସ୍ତୁକ ମାଡ଼ ମାରି ଗର୍ତ୍ତରେ ପକାଇ ଜୀବନ୍ତ ପୋତି ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories