www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ

ଫୁଲବାଣୀ: ୧୨ ଘଣ୍ଟିଆ ଟିକାବାଲି ବନ୍ଦ। ଟିକାବାଲି ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ ମାସ ୨୭ ତାରିଖରେ ଟିକାବାଲି ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲେ। ଦୁଇ ଦିନ ତଳେ ସୋରଡା ଅଞ୍ଚଳରୁ ନାବାଳିକାର କଙ୍କାଳ ଉଦ୍ଧାର ହୋଇଛି। ଗତ ସୋମବାର ସନ୍ଧ୍ୟାରେ ବଡିମୁଣ୍ଡା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ଗତ କିଛି ଦିନ ହେବ ଲଗାତାର ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଘଟଣାମାନ ପରିଲକ୍ଷିତ ହେଉଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ ଡାକରା ଦିଆଯାଇଛି। ଟିକାବାଲି ଏବଂ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର , ସ୍କୁଲ , କଲେଜ, ସରକାରୀ , ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଛି। ଏପରିକି ଗାଡିମୋଟର ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories