www.samajalive.in
Monday, December 8, 2025
13.1 C
Bhubaneswar

ତ୍ରିପୁରାର ନିଶ୍ଚିନ୍ତପୁର ଟର୍ମିନାଲକୁ ଆସିଲା ପ୍ରଥମ ମାଲବାହୀ ଟ୍ରେନ୍ 

ଅଗରତାଲା: ଅଗରତାଲା-ଆଖୌରା ରେଳ ସଂଯୋଗ ପ୍ରକଳ୍ପ ଅଧୀନରେ ଆସାମର ଟେଟେଲିଆରୁ ପଶ୍ଚିମ ତ୍ରିପୁରାର ନିଶ୍ଚିନ୍ତପୁରକୁ ପ୍ରଥମ ମାଲବାହୀ ଟ୍ରେନ୍ ସଫଳତାର ସହ ଅଣାଯାଇଛି ବୋଲି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନଏଫଆର)ର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି। ଏହି ପଦକ୍ଷେପ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ମାଲ ପରିବହନକୁ ସୁବ୍ୟବସ୍ଥିତ କରିବ ବୋଲି ସେ ପ୍ରକାଶ କରିଛନ୍ତି।

“ଗୌହାଟୀ ନିକଟବର୍ତ୍ତୀ ଟେଟେଲିଆରୁ ସିମେଣ୍ଟ ଲୋଡ୍ ହୋଇଥିବା ୧୧ ୱାଗନର ଏକ ମାଲବାହୀ ଗାଡ଼ି ନିଶ୍ଚିନ୍ତପୁର ଟର୍ମିନାଲକୁ ଅଣାଯାଇଥିଲା। ଯାହା ଅଗରତାଲା-ଆଖୌରା ନୂତନ ରେଳ ସଂଯୋଗ ପ୍ରକଳ୍ପ ଅଧୀନରେ ମାଲବାହୀ କାର୍ଯ୍ୟରେ ଏକ ଐତିହାସିକ ମୁହୂର୍ତ୍ତ। ଏନଏଫଆରର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କପିଞ୍ଜଲ କିଶୋର ଶର୍ମା କହିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories