www.samajalive.in
Saturday, December 13, 2025
27.1 C
Bhubaneswar

ଶିକ୍ଷକଙ୍କ ପାଇଁ ‘ପ୍ରସ୍ତୁତି’ ପ୍ରଶିକ୍ଷଣ ଶିବିର ଆରମ୍ଭ

ଆଠଗଡ: ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ ନିମନ୍ତେ ଏକ ପଞ୍ଚଦୀବସୀୟ ‘ପ୍ରସ୍ତୁତି’ ପ୍ରଶିକ୍ଷଣ ଶିବିର ସୋମବାର ଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିସି ଶିଶିର କୁମାର ମିଶ୍ର ଓ ସମ୍ମାନିତ ଅତିଥି ରୂପେ ବାଳିକା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀ ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ‘ପ୍ରସ୍ତୁତି’ ପ୍ରଶିକ୍ଷଣ ବାଟିକାଟି ଶିଶୁ ବାଟିକା ଶ୍ରେଣୀ ପରିଚାଳନା ଉପରେ ଆଧାରିତ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁଯାୟୀ ୫ ବର୍ଷରୁ ଅଧିକ ବୟସର ଶିଶୁମାନେ ଚଳିତ ଶିକ୍ଷାବର୍ଷ ଶିଶୁ ବାଟିକାରେ ନାମ ଲେଖାଇ ପାରିବେ ବୋଲି ଶ୍ରୀ ମିଶ୍ର ସୂଚାଇ ଦେଇଥିଲେ। ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ତାଲିମ ନେଉଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories