www.samajalive.in
Saturday, December 13, 2025
27.1 C
Bhubaneswar

ବଉଳପଦାରେ ଲଉଡି ମହୋତ୍ସବ ଉଦଯାପିତ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆସାହି ପଞ୍ଚାୟତ ଅଧିନ ବଉଳପଦାଠାରେ ଚାଲିଥିବା ଲଉଡି ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି। ବଉଳପଦାର ଶ୍ରେଷ୍ଠ ସାଧକ ଅଚ୍ୟୁତାନନ୍ଦଙ୍କର ମଙ୍ଗଳା ପୀଠରେ ଫଗୁଦଶମୀ ଠାରୁ ପନ୍ଦର ଦିନ ଧରି ଏହି ଲଉଡି ମହୋତ୍ସବ ବେଶ୍ ଆନନ୍ଦଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଥିଲା। ରବିନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଯାଦବ ମହାସଭାର ସଭାପତି ଭରତ ଚନ୍ଦ୍ର ଦାସ ଯୋଗଦେଇ ଏହି ଲଉଡି ମହୋତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଭାଇଚାରାକୁ ସୁଦୃଢ କରିଥାଏ ବୋଲି ମତପ୍ରକାଶ କରିଥିଲେ। ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ସହିତ ବହୁ ଦଳ ଲଉଡି ଖେଳ ମଧ୍ୟରେ ଗ୍ରାମ ପରିକ୍ରମା କରିଥିଲେ। ଘଣ୍ଟିଖାଲ, ଧୁରୁଷିଆ, ଦ୍ବାରାବତୀପୁର, କଦମ୍ବପାଟଣା, କେଉଟପଦା, କାମ୍ପୁଚିଆ, ରାଧାଶ୍ୟାମପୁର ଗ୍ରାମର ଲଉଡି ଦଳ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories