www.samajalive.in
Thursday, December 11, 2025
16.1 C
Bhubaneswar

ବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ ଉତ୍ତେଜନା

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଇଛାପୁର ପଞ୍ଚାୟତ ଅଧିନ ଅରଖପାଟଣା ଓ ମୁକ୍ତାଦେଇପୁର ଗ୍ରାମ ମଧ୍ୟରେ ବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଆଠଗଡ ଆଇଆଇସି ସୁମତି ମହାନ୍ତିଙ୍କ ନେତୃତ୍ବରେ ଏକ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରକାଶ ଯୋଗ୍ୟ ଅରଖପାଟଣାରେ ୧୯୬୨ ମସିହାରୁ ଉକ୍ତ ବିଦ୍ୟାଳୟ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟର ନାମ ଲୋକନାଥ ବିଦ୍ୟାପୀଠ, ଅରଖପାଟଣା, ଆଠଗଡ ବୋଲି ସମସ୍ତ ଦସ୍ତାବିଜରେ ଉଲ୍ଲେଖ ରହିଛି। ବର୍ତ୍ତମାନ ହଠାତ ମୁକ୍ତାଦେଇପୁରର କେତେକ ବ୍ୟକ୍ତି ବିଦ୍ୟାଳୟ ସମ୍ମୁଖରେ ଥିବା ଫଳକରେ ଅରଖପାଟଣା ପରିବର୍ତ୍ତେ ମୁକ୍ତାଦେଇପୁର ଲେଖିବା ପାଇଁ ପ୍ରଧାନଶିକ୍ଷକଙ୍କୁ ବାଧ୍ୟ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଫଳରେ ଅରଖପାଟଣା ଅଧିବାସୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇବା ସହିତ ସ୍କୁଲ ସମ୍ମୁଖରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ବିଷୟରେ ଉଭୟ ପକ୍ଷ ମଧ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ମାଧ୍ୟମରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଇଆଇସି ସେମାନଙ୍କୁ ବୁଝାଇଥିଲେ। ଏହି ବିଦ୍ୟାଳୟର ସ୍ଥାନର ନାମକରଣ ବିବାଦକୁ ନେଇ ଅରଖପାଟଣା ଗ୍ରାମବାସୀ ଆଠଗଡ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରିଥିଲେ। ଅପରାହ୍ନରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଉଭୟ ଅରଖପାଟଣା ଓ ମୁକ୍ତାଦେଇପୁର ଗ୍ରାମର ପ୍ରତିନିଧି ଦଳର ଉପସ୍ଥିତିରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ଜିଲ୍ଲା ଓ ରାଜ୍ୟସ୍ତରର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ଏବଂ ସେମାନେ ସ୍କୁଲର ସ୍ଥାନର ନାମକରଣ ନେଇ ଯାହା ନିଷ୍ପତ୍ତି ନେବେ ତାହା ଚୁଡାନ୍ତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି ବୋଲି ଉପଜିଲ୍ଲାପାଳଙ୍କ ସୂତ୍ରରୁ ପ୍ରକାଶ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories