www.samajalive.in
Monday, December 8, 2025
27.1 C
Bhubaneswar

ମହାନଗର ନିଗମ ପକ୍ଷରୁ କୁକୁର ବନ୍ଧ୍ୟାକରଣ ଜାରି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ କୁକୁର ମାନଙ୍କର ବନ୍ଧ୍ୟାକରଣ ଅଭିଯାନ ହାତକୁ ନିଆଯାଇଛି। ଏହି ଅଭିଯାନ କ୍ରମରେ ଗତ ୨୦୨୪ ଏପ୍ରିଲ ୧ ତାରିଖରୁ ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ୭୬୦ଟି ଅଣ୍ଡିରା ଓ ୫୨୦ଟି ମାଇ କୁକୁର ମାନଙ୍କ ସମେତ ସମୁଦାୟ ୧୨ ଶହ ୮୦ଟି କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଛି। କୁକୁର ମାନଙ୍କୁ ଧରିବା ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର, ଅସ୍ତ୍ରୋପଚାର ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ଆଦି ପରେ ସେମାନଙ୍କୁ ଅଣା ଯାଇଥିବା ସ୍ଥାନ ଗୁଡିକରେ ପୁଣି ଛଡା ଯାଉଛି। ବନ୍ଧ୍ୟାକରଣ ହୋଇଥିବା କୁକୁରକୁ ଚିହ୍ନଟ କରିବା ପାଇଁ ତାର କାନକୁ ସାମାନ୍ୟ କାଟି ଦିଆଯାଇଥାଏ। ବର୍ଷକୁ ୧ ହଜାର କୁକୁରଙ୍କ ବନ୍ଧ୍ୟାକରଣର ଲକ୍ଷ୍ୟ ରଖାଯାଇଥିବା ବେଳେ ଚଳିତ ବର୍ଷ ଏହା ୧୨ରୁ ଊର୍ଦ୍ଧ୍ବ ହୋଇ ସାରିଛି। ଏ ସମ୍ପର୍କରେ ନିଗମ କମିଶନର ବେଦ ଭୂଷଣ କହିଛନ୍ତି ଯେ, କୁକୁର ବନ୍ଧ୍ୟାକରଣ ଏକ ନିୟମିତ ପ୍ରକ୍ରିୟା ଅଟେ। ଏବେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ନିୟମିତ ଭାବରେ ଏହା କରାଯାଉଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକ୍ରମେ କୁକୁରଙ୍କ ବନ୍ଧ୍ୟାକରଣ ବନ୍ଦ କରାଯାଇଥିଲା। ରହିତାଦେଶ ଉଠିବା ପରେ ଗତ ଏପ୍ରିଲ ମାସରୁ ଏହା ପୁଣି ଆରମ୍ଭ କରାଯାଇଛି। ନିଗମ ପକ୍ଷରୁ ବାର୍ଷିକ ୧ ହଜାର କୁକୁରଙ୍କ ବନ୍ଧ୍ୟାକରଣର ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ଆଗାମୀ ୫ – ୬ ବର୍ଷ ମଧ୍ୟରେ କୁକୁରଙ୍କ ସଂଖ୍ୟାକୁ କମ କରାଯାଇ ନିୟନ୍ତ୍ରିତ କରାଯାଇ ପାରିବ। ଏହି ପ୍ରକ୍ରିୟା ଜାରି ରହିବ। ବିଶେଷଜ୍ଞ ଡାକ୍ତର ମାନେ ନିୟମାନୁଯାୟୀ ଏହି କାର୍ଯ୍ୟ କରୁଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories