ଆଜିଠୁ ବଢ଼ିବ ଖରା: ଦକ୍ଷିଣରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ସ୍ଵାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୁତ ହେବା ନେଇ ଅନୁମାନ କରାଯାଉଛି। ସେପଟେ ପଶ୍ଚିମାଝଡ଼ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, କଟକ, ଗଞ୍ଜାମ. ଗୋପାଳପୁରରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହୋଇଛି। ଆଜି ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଗତକାଲି ଗୋପାଳପୁରରେ ୩୦.୮ ମି.ମି., କୋରାପୁଟରେ ୨୯ମି.ମି, ରାୟଗଡ଼ାରେ ୨୮.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି।

Comments are closed.