ଦେଖନ୍ତୁ ଭିଡିଓ: ଆତ୍ମଘୋଷିତ ଖ୍ରୀଷ୍ଟିୟ ଧର୍ମଗୁରୁ ବାଜିନ୍ଦର ସିଂହଙ୍କ ଅଶ୍ଳୀଳ କାରନାମା

ସମାଜ ଡିଜିଟାଲ ଡେସ୍କ: ନିଜକୁ ଖ୍ରୀଷ୍ଟିୟ ଧର୍ମଗୁରୁ କହୁଥିବା ବାଜିନ୍ଦର ସିଂହ ମହିଳାଙ୍କୁ ଅଶ୍ଳୀଳ ଆଚରଣ ଦେଖାଇ ବିବାଦ ଘେରକୁ ଆସିଛନ୍ତି। ବାଜିନ୍ଦରଙ୍କ ଏହି କାରନାମାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିବାବେଳେ ବାଜିନ୍ଦରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇ ଦାବି ହୋଇଛି। ପୂର୍ବରୁ ତାଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, ଯାହାର ତଦନ୍ତ ଜାରି ରହିଛି।
ଭିଡିଓ ଫୁଟେଜଟି ଗତ ଫେବୃୟାରୀ ମାସର। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଜିନ୍ଦର ତାଙ୍କ କାର୍ଯ୍ୟାଳୟରେ ବସିଛନ୍ତି। ସାମ୍ନାରେ କିଛି କର୍ମଚାରୀ ଏବଂ କିଛି ଦୂରରେ ଅନ୍ୟ କେତେଜଣ ଆଗନ୍ତୁକ ବସି ରହିଛନ୍ତି। ବାଜିନ୍ଦର ଜଣେ କର୍ମଚାରୀଙ୍କୁ କିଛି କହି ତାଙ୍କ ଉପରକୁ ମୋବାଇଲ ଫୋନ ଫିଙ୍ଗିଥିଲେ। ତା’ ପରେ ସେ ଉକ୍ତ କର୍ମଚାରୀଙ୍କ ନିକଟକୁ ଯାଇ ବାରମ୍ବାର ଚାପୁଡ଼ା ମାରିଥିଲେ।
ପୁନର୍ବାର ବାଜିନ୍ଦର ନିଜ ଚୌକିରେ ଆସି ବସିଥିଲେ। କିଛି ସମୟ ପରେ ଜଣେ ମହିଳା ଆଗନ୍ତୁକଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ସେ ଚୌକିରୁ ଉଠିଯାଇ ମହିଳାଙ୍କୁ ଚାପୁଡ଼ା ମାରିବା ସହିତ ଧକ୍କା ମାରି ଦୁର୍ବ୍ୟବହାର କରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଉଭୟଙ୍କୁ ନିୟନ୍ତ୍ରଣ କରିଥିଲେ।
He calls himself a “prophet” – leaked video from Bajinder Singh’s office shows him beating up a person and throwing a chair at that man pic.twitter.com/6zp0Yekaql
— Sameer (@BesuraTaansane) March 23, 2025
Comments are closed.