ପାରାଦୀପ: ପାରାଦୀପରେ ଲୁଟେରାଙ୍କ ଆତଙ୍କରାଜ। ପାରାଦୀପ ଜିଲ୍ଲା କୁଜଙ୍ଗ ଥାନା ବାଗୋଇ ରାସ୍ତାରେ ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍। ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ସୁନା ବ୍ୟବସାୟୀ ସୁଶାନ୍ତ ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏତିକିବେଳେ ୩ ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ପିଛା କରିଥିଲେ। ଏବଂ ବାଗୋଇ ପୋଲ ନିକଟରେ ସୁଶାନ୍ତଙ୍କୁ ଅଟକାଇ ବେକରେ ଛୁରୀ ଲଗାଇ ସୁନା ଗହଣା ଲୁଟି ନେଇଥିଲେ। ଏ ନେଇ ବ୍ୟବସାୟୀ ଜଣକ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଲୁଟ୍ ହୋଇଥିବା ସମସ୍ତ ଜିନିଷର ମୂଲ୍ୟ ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପରେ ଖବର ପାଇ କୁଜଙ୍ଗ ଥାନା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



