www.samajalive.in
Monday, December 15, 2025
15.1 C
Bhubaneswar

ନାଲକୋ ପକ୍ଷରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୦.୧୦ କୋଟି ଟଙ୍କାର ଆର୍ଥିକ ସହାୟତା

କୋରାପୁଟ/ଭୁବନେଶ୍ୱର : ସରକାରଙ୍କ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ର ସିଏସଆର କାର୍ଯ୍ୟକ୍ରମ ଅଂଶବିଶେଷ ଭାବେ ଏବଂ ନିରନ୍ତର ବିକାଶ ପ୍ରତି ପ୍ରତିବଦ୍ଧତାର ଅଂଶ ସ୍ୱରୂପ, କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ୧୦ କୋଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲଙ୍କ ସହ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଏଚ ଆଣ୍ଡ ଏ) ଆଶୁତୋଷ ରଥ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଭେଟି ଏହି ଚେକ ଆଜି ପ୍ରଦାନ କରିଛନ୍ତି । ଏହି ଅବସରରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ତଥା ଡିନ୍ ଏବଂ ପ୍ରିନ୍ସିପାଲ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ । ନାଲକୋର ସିଏସଆର ଶାଖା “ନାଲକୋ ଫାଉଣ୍ଡେସନ” ମାଧ୍ୟମରେ ପ୍ରଦାନ କରାଯାଇଥିବା ଏହି ଅର୍ଥ ରାଶି ହସ୍ପିଟାଲର ବିଭିନ୍ନ ବିଭାଗରେ ରୋଗୀ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାବଶ୍ୟକ ସୁବିଧା ଏବଂ ଉନ୍ନତ ଚିକିତ୍ସା ଉପକରଣ କ୍ରୟ ସହ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ନିମନ୍ତେ ବ୍ୟବହୃତ ହେବ।

ଉଲ୍ଲେଖଯୋଗ୍ୟ ଯେ, ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ କୋରାପୁଟ ଜିଲ୍ଲାର ଅଧିବାସୀଙ୍କୁ ବିଶେଷ କରି, ଆଦିବାସୀ ସମ୍ପ୍ରଦାୟକୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନାଲକୋର ଆର୍ଥିକ ସହାୟତା ହସ୍ପିଟାଲର କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହ ସମଗ୍ର ଜିଲ୍ଲା ତଥା ପରିପାର୍ଶ୍ଵିକ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆବଶ୍ୟକୀୟ ସୁବିଧା ସୁଯୋଗ କ୍ଷେତ୍ରରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, କମ୍ପାନୀ ନିଜର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ କୋରାପୁଟ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଯୋଗାଇ ଦେଇ ଆସୁଛି। ନାଲକୋ ପକ୍ଷରୁ କୋରାପୁଟର ଦାମନଯୋଡ଼ି ଅଞ୍ଚଳରେ ରହିଥିବା ନିଜର ଖଣି ଓ ପରିଶୋଧନ ପ୍ରକଳ୍ପର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ନିରନ୍ତର ମୋବାଇଲ୍ ସ୍ୱାସ୍ଥ୍ୟସେବା ୟୁନିଟ୍ ମାଧ୍ୟମରେ ୧୬୩ ରୁ ଉର୍ଦ୍ଧ୍ଵ ଅପହଞ୍ଚ ପାର୍ଶ୍ୱବର୍ତ୍ତୀ ଗ୍ରାମ ଏବଂ ସଂଲଗ୍ନ ଗ୍ରାମକୁ ମୌଳିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଛି । ଏହା ବ୍ୟତୀତ, ପୋଟାଙ୍ଗି ଅଞ୍ଚଳରେ ମଧ୍ୟ ୪୮ ରୁ ଅଧିକ ଗ୍ରାମର ବାସିନ୍ଦାଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories