www.samajalive.in
Sunday, December 14, 2025
19.1 C
Bhubaneswar

ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କଲେ ୟୁରୋ ସ୍କୁଲ ଛାତ୍ରଛାତ୍ରୀ

ଛତ୍ରପୁର : ଚଳିତ ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ର ଛାତ୍ରଛାତ୍ରୀ । ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ଅଧିବେଶନ ବେଳେ ୟୁରୋ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିଧାନସଭା ଗ୍ୟାଲେରୀରେ ବସି ସରକାରୀ ଦଳ ଓ ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା କାର୍ଯ୍ୟ ପ୍ରାଣାଳୀକୁ ସିଧାସଳଖ ଦୃଶ୍ୟକୁ ଦେଖିଥିଲେ । ସେହିପରି ବାଚସ୍ପତି ଓ ଉପବାଚସ୍ପତି ବିଧାନସଭା କାର୍ଯ୍ୟକୁ କିଭଳି ପରିଚାଳନା କରନ୍ତି ତାହାକୁ ମଧ୍ୟ ଛାତ୍ରଛାତ୍ରୀମାନେ ହୃଦୟଙ୍ଗମ କରିଥିଲେ । ସ୍କୁଲ ର ଅଧ୍ୟକ୍ଷ ରଞ୍ଜନ ମହାପାତ୍ର, ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ଏକାଡେମୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମିଶ୍ର, ଶିକ୍ଷୟିତ୍ରୀ ଗ୍ଲୋରି ମୋସୋସ୍ ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହିତ ବିଧାନସଭା ଅଧିବେଶନରେ ଉପସ୍ଥିତ ରହି ଅଧିବେଶନର ପର୍ଯ୍ୟାୟ କ୍ରମେ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ବିଧାନସଭା ଅଧିବେଶନ ପରେ ବାଚସ୍ପତି ସୁରମା ପାଢ଼ୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୂଖ ୟୁରୋ ସ୍କୁଲର ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ବାର୍ତ୍ତାଳାପ ଓ ଆଲୋଚନା କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories