www.samajalive.in
Sunday, December 7, 2025
26.1 C
Bhubaneswar

ଡିଜିଟାଲ ଠକେଇ ସମ୍ପର୍କରେ ଅଧିକ ସଚେତନତା ଲୋଡା

ଭୁବନେଶ୍ଵର: ଡିଜିଟାଲ ପେମେଣ୍ଟ ସଂଖ୍ୟା ଭାରତରେ ଆଶାତୀତ ବୃଦ୍ଧି ପାଉଛି। ସମତାଳରେ ପେମେଣ୍ଟ ସମ୍ବନ୍ଧିତ ଠକେଇ ଅଭିଯୋଗ ପ୍ରତିମାସରେ ହାରାହାରି ଅଢ଼େଇ ଲକ୍ଷ ଅତିକ୍ରମ କରୁଛି। ଦରିଆପାରି ଟେଲିକମ ନେଟୱର୍କରୁ ରାଉଟିଂ ମାଧ୍ୟମରେ ଭାରତୀୟ ଆଞ୍ଚଳିକ ଟେଲିକମ ନେଟୱର୍କକୁ କଲ୍ ପ୍ରବେଶ କରୁଛି। ଭାରତୀୟ ବଜାରରେ ଇଣ୍ଟରନ୍ୟାସନାଲ ଟର୍ମିନେସନ ଚାର୍ଜ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ବହୁତ କମ୍। ଏଣୁ ସ୍କାମଷ୍ଟର୍‌, ସ୍ପାମରମାନେ ଦରିଆପାରି ନେଟୱର୍କରୁ ଭାରତୀୟଙ୍କ ନେଟୱର୍କକୁ ଘନଘନ ସ୍ପାମ କଲ, ଫିସିଂ ଜରିଆରେ ଠକେଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଟିକସ ବିଭାଗ, ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସିବିଆଇ, ଆଇବି, ଅନ୍ୟାନ୍ୟ ଆଇନ କାର୍ଯ୍ୟକାରୀ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଡିଜିଟାଲ ଆରେଷ୍ଟ୍‌ ଭୟ ଦେଖାଇ ବହୁ ବ୍ୟକ୍ତିଗତ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ହାସଲ କରୁଛନ୍ତି। ଏଣୁ ସରକାର ଇଣ୍ଟରନ୍ୟାସନାଲ ଟର୍ମିନେସନ ଚାର୍ଜ ବୃଦ୍ଧି କରିବା ଦରକାର। ସାମାଜିକ ଗଣମାଧ୍ୟମରେ ସର୍ବସାଧାରଣଙ୍କ ଗୋଚରାର୍ଥେ ସର୍ବଦା ସଚେତନ ରହିବାକୁ ପରାମର୍ଶ, ମାର୍ଗଦର୍ଶିକା ଜାରି କରିବା ଦରକାର। ​‌ରାତାରାତି କୋଟିପତି ହେବାର ନିଶା, ଗେମିଂ, ଟ୍ରେଡିଂରେ ବାଜି ଲଗାଇ ଲୋକମାନେ ସର୍ବସ୍ବ ହରାଉଛନ୍ତି। ଡିଜିଟାଲ ପେମେଣ୍ଟ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ନିଯୁକ୍ତି ସୁଯୋଗ ପାଇଁ ଲୋଭନୀୟ ଅଫର୍, ଆଧାର, କେୱାଇସି ଅପ୍‌ଡେଟ୍, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସୁଯୋଗ, ମାଟ୍ରିମୋନିଆଲ ସାଇଟରେ ପଞ୍ଜୀକରଣ, ଜାତକ ବିଚାର, ଅନ୍ୟାନ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟ ପ୍ରଦାନ ଯୋଗୁଁଁ ଅନେକ ଠକେଇ‌େ‌ର ପଡ଼ୁଛନ୍ତି ଏବଂ ଜୀବନସାରା ପରିଶ୍ରମ ଦ୍ବାରା ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ମୁହୂର୍ତ୍ତକ ମଧ୍ୟରେ ହରାଉଛନ୍ତି। ଡିଜିଟାଲ ଓ ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ସଚେତନତା ଏହି ସମସ୍ୟାରୁ ରକ୍ଷା କରିପାରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories