www.samajalive.in
Monday, December 15, 2025
26.1 C
Bhubaneswar

ଖରାଦିନେ ଗ୍ରାହକ ପାଇବେ ଉନ୍ନତ ବିଦ୍ୟୁତ ସେବା- ଟିପିସିଓଡିଏଲ୍‌ ପକ୍ଷରୁ ଉନ୍ନତ ଭିତ୍ତିଭୂମି ଏବଂ ନିରାପତ୍ତା ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର: ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପାଉଛି । ଏସି ସହ ବିଭିନ୍ନ ବୈଦ୍ୟୁତିକ ଉପକରଣର ବ୍ୟବହାର ବଢିଛି । ବିଦ୍ୟୁତ ସଙ୍କଟ ହ୍ରାସ କରିବା ପାଇଁ ଟାଟା ପାୱାର ଓ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । । ୨୫୨୪ ମେଗାୱାଟ୍‌ର ସର୍ବୋଚ୍ଚ ଚାହିଦା ସହିତ ଟିପିସିଓଡିଏଲ୍‌ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।
ବିଦ୍ୟୁତ୍‌ ବିତରଣ କ୍ଷ ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ଭୁବନେଶ୍ୱରରେ ଏକ କେନ୍ଦ୍ରୀଭୂତ ବିଦ୍ୟୁତ ବିତରଣ ପ୍ରଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ଉନ୍ନତ ସୁବିଧା ସୁପରଭାଇଜରୀ କଂଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ (ଏସସିଏଡିଏ) ଏବଂ ଏକ ଉନ୍ନତ ବିତରଣ ପରିଚାଳନା ବ୍ୟବସ୍ଥା (ଏଡିଏମଏସ) ମାଧ୍ୟମରେ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣ କରୁଛି,। ୩୩ କେଭି ଫିଡର, ପ୍ରାଥମିକ ସବ୍‌ଷ୍ଟେସନ (ପିଏସଏସ) ଏବଂ ୧୧ କେଭି ଫିଡରର ନିରବଚ୍ଛିନ୍ନ ପରିଚାଳନା ହୋଇପାରୁଛି ।

ଏଥିପାଇଁ ପାୱାର ଟ୍ରାନ୍ସଫର୍ମର ଏବଂ ସବ୍‌ଷ୍ଟେସନଗୁଡିକର ଉନ୍ନତିକରଣ କରି ସବ୍‌-ଟ୍ରାନ୍ସମିସନ ନେଟୱାର୍କରେ ୧୫୨ ଏମଭିଏ ଯୋଡାଯାଇଛି । ସହରାଚଂଳରେ ୯୮ ପ୍ରତିଶତ ସଫଳତା ହାର ସହିତ ୫ ମିନିଟ୍‌ ମଧ୍ୟରେ ମୁଖ୍ୟ ଉତ୍ସରେ ବିଭ୍ରାଟ କ୍ଷେତ୍ରରେ ପରିବର୍ତନ ପାଇଁ ପିଏସଏସରେ ହଟ୍‌ ଷ୍ଟାଣ୍ଡ ବାଇ ସୋର୍ସ ସୁନିଶ୍ଚିତ କରାଯାଇଛି । ଗ୍ରାହକମାନେ କିପରି ଉନ୍ନତ ଏବଂ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ପାଇ ପାରିବେ ସେଥିପାଇଁ କମ୍ପାନୀ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ଟିପିସିଓଡିଏଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories