www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶା ସହିତ ଜଳକୁ ନେଇ ଯେଉଁଠି ବିବାଦ ଅଛି ତାକୁ ଆମେ ଗୁରୁତ୍ୱର ସହ ନେଇଛୁ, ତାର ତ୍ୱରିତ ସମାଧାନ କରାଯିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ ଭୂମିକା ରହିଛି କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା  ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଜଳ ଦିବସ ଅବସରରେ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟ ସହିତ ଥିବା ଜଳ ବିବାଦ ବିଷୟରେ ଆଲୋକପାତ କରି କହିଥିଲେ ଯେ, ଓଡିଶା ସହିତ ଜଳକୁ ନେଇ ଯେଉଁଠି ବିବାଦ ଅଛି ତାକୁ ଆମେ ଗୁରୁତ୍ୱର ସହ ନେଇଛୁ। ତାର ତ୍ୱରିତ ସମାଧାନ କରାଯିବ। ମହାନଦୀକୁ ନେଇ ଛତିଶଗଡ଼଼ ସହ ବିବାଦ ଚାଲିଛି। ଆଜି ଲୋକସେବା ଭବନରେ ଛତିଶଗଡ଼଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏହି ବିଷୟରେ ଆଲୋଚନା ହୋଇଥିଲା। ଯେହେତୁ କେନ୍ଦ୍ର, ଛତିଶଗଡ଼଼ ଓ ଓଡିଶାରେ ଟ୍ରିପଲ-ଇଂଜିନ ସରକାର ଚାଲିଛି, ତେଣୁ ଏ ବିବାଦର ଆପୋଷ ସମାଧାନ ହେବ।

- Advertisement -

ଏତଦ୍ ବ୍ୟତୀତ  ଆମ ରାଜ୍ୟରେ ୧୬ ହଜାର ୭୦୪ ଗୋଟି ଆଡି ବନ୍ଧ (ଚେକ ଡ୍ୟାମ) ନିର୍ମାଣ କରାଯାଇଅଛି। ବର୍ତ୍ତମାନ  ସୁଦ୍ଧା ବିଭିନ୍ନ ନଦୀ ରେ ୭୨ ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରି ୬୫ ହଜାର ୭୯୨ ହେକ୍ଟର ମିଟର ଜଳ  ସଂରକ୍ଷଣ  କରିବା ପାଇଁ  ଯୋଜନା କରାଯାଇଛି। ତନ୍ମଧ୍ୟରୁ ୨୨ ଗୋଟି ନିର୍ମାଣାଧୀନ ଅଛି, ୬ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଜଳବାୟୁ ପରିବର୍ତ୍ତନ କୁପ୍ରଭାବକୁ ମୁକାବିଲା କରିବା ପାଇଁ ଏହି ଜଳଭିତ୍ତିଭୂମିଗୁଡିକ ଯଥେଷ୍ଟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ ଯୋଜନା ଓ ପରିକଳ୍ପନା ଲିଙ୍ଗରାଜ ଗୌଡ଼ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଆଶୁତୋଷ ଦାଶ ନିଜର ଅଭିଭାଷଣ ରଖିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories