www.samajalive.in
Saturday, December 6, 2025
26.1 C
Bhubaneswar

ନବ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମ୍‌ବ୍ରାଞ୍ଚ: ମୀନତିଙ୍କୁ ୩ ଘଣ୍ଟା ପଚରା ଉଚରା

ଝାରସୁଗୁଡ଼ା : ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ତଦନ୍ତରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ। ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩ ଘଣ୍ଟା ପଚରା ଉଚରା କରିଛି କ୍ରାଇମ୍‌ବ୍ରାଞ୍ଚର ଦୁଇ ଜଣିଆ ଦଳ। ଏଥିସହ ନବଙ୍କ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର ଦୋଳମଣି ତାଣ୍ଡିଙ୍କୁ ପୁନର୍ବାର ପଚରା ଉଚରା କରାଯାଇଛି। ଏଥିସହ ଝାରସୁଗୁଡା ବିମାନ ବନ୍ଦରର କର୍ମଚାରୀଙ୍କୁ ଘଟଣାଦିନ ନବଙ୍କୁ ଭୁବନେଶ୍ବର ପଠାଯିବା ବେଳର ଘଟଣାକ୍ରମ ବିଷୟରେ ପଚାରିବା ଲାଗି ବିମାନବନ୍ଦର ନିର୍ଦେଶକଙ୍କୁ ଚିଠି ପ୍ରଦାନ କରିଛି କ୍ରାଇମ୍‌ବ୍ରାଞ୍ଚ। ପ୍ରଥମେ ତଦନ୍ତକାରୀ ଦଳ ଡାକ୍ତର ଶ୍ରୀ ତାଣ୍ଡିଙ୍କୁ ପୂର୍ବରୁ ଦେଇଥିବା ବୟାନ, ପ୍ରାଥମିକ ଚିକିତ୍ସା ଓ ରିପୋର୍ଟ ବିଷୟରେ ପଚାରିଥିଲେ। ସେଠାରୁ ଝାରସୁଗୁଡ଼ା ବିମାନବନ୍ଦର ଯାଇ ନିର୍ଦେଶକଙ୍କୁ ଚିଠି ପ୍ରଦାନ କରିଥିଲେ। ସେଠାରୁ ଫେରି ସରବାହାଲସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ନବଙ୍କ ପତ୍ନୀ ମିନତିଙ୍କୁ ୯ଟା ୨୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। ପାଖାପାଖି ସାଢ଼େ ୩ ଘଣ୍ଟା ଧରି ମିନତିଙ୍କ ବୟାନ ରେକର୍ଡ କରିଥିଲେ। କ୍ରାଇମବ୍ରାଞ୍ଚର ଏଭଳି ତତ୍ପରତା ନେଇ ଗୁଳିମାଡ଼ କରି ଗିରଫ ହୋଇଥିବା ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ ଆଉ ଏକ ନୂଆ ଅଭିଯୋଗ ଉଠାଇଛନ୍ତି। ଡା. ତାଣ୍ଡିଙ୍କ ବୟାନ ରେକର୍ଡ ବେଳେ କେବଳ ଓପିଡ଼ି ଟିକଟ ଏବଂ ଆଘାତ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ। କିନ୍ତୁ ଏଥିରେ ଇସିଜି ରିପୋର୍ଟ ଦାଖଲ ହୋଇ ନଥିବା ବୟାନ ଦେଇଥିଲେ। ଜାଣିଶୁଣି ନବଙ୍କୁ ଜୀବିତ ରଖିବା ଏବଂ ଭୁବନେଶ୍ବର ଏୟାରଲିଫ୍ଟିଂ ପାଇଁ ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ କରାଯାଇଥିବା ଇସିଜି ରିପୋର୍ଟକୁ ହଜାଇ ଦିଆଯାଇଥିବା ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ଗତକାଲି କ୍ରାଇମ୍‌‌ବ୍ରାଞ୍ଚର ଅତିରିକ୍ତ ଅଧୀକ୍ଷକ ତଥା ତଦନ୍ତକାରୀ ଅଧିକାରୀ(ଆଇଓ) ବିଜୟ ମଲ୍ଲିକ ଏବଂ ଡିଏସ୍‌‌ପି ଦୀପ୍ତିମୟୀ ମଲ୍ଲିକ ୭ ଘଣ୍ଟା ଧରି ପଚରାଉଚରା କରି ବିଶାଲ ଏବଂ ଦୀପାଳିଙ୍କର ବୟାନ ରେକର୍ଡ କରିଥିଲେ। ଏହାପରେ ବିମାନବନ୍ଦର ଥାନା ପରିଦର୍ଶନ କରିଥିଲେ। ଗୁଳିମାଡ଼ ପରେ ଗୋପାଳ ଦାସକୁ ବିମାନବନ୍ଦରରେ ରଖାଯାଇଥିଲା। ଥାନା ପାଇଖାନା ଟାଙ୍କିରୁ ଗୋପାଳର ହାତଲେଖା ଚିଠି ବାହାରିଥିଲା। ସେଥିପାଇଁ ସେ ଦିଗକୁ ଆଉ ଥରେ ଖୋଳତାଡ଼ ପାଇଁ ବିମାନବନ୍ଦର ଥାନା ଯାଇଥିବାବେଳେ ଗୁଳିମାଡ଼ ହୋଇଥିବା ବ୍ରଜରାଜନଗର ଥାନା ଏବଂ ଗୋପାଳ ଦାସ କାର୍ଯ୍ୟ କରୁଥିବା ଫାଣ୍ଡି ଓ କ୍ବାର୍ଟର୍ସକୁ ମଧ୍ୟ ପରିଦର୍ଶନ କରିପାରେ ବୋଲି ସୂଚନା ମିଳିଛି।
ଗତକାଲି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ପହଞ୍ଚି ନବଙ୍କୁ ଗୁଳିମାଡ଼ ବେଳେ ଯେଉଁ ଡାକ୍ତର ପ୍ରାଥମିକ ଚିକିତ୍ସା​‌ କରିଥିଲେ ତାଙ୍କୁ ଝାରସୁଗୁଡ଼ା ଡିଏଚ୍‌ଏଚ୍‌କୁ ଡକାଇଥିଲେ। ସେ ଏବେ ସୁନ୍ଦରଗଡ଼଼ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଡା. ତାଣ୍ଡିଙ୍କୁ ସେତେବେଳେ ଦେଇଥିବା ବୟାନ ଏବଂ ଚିକିତ୍ସା ବେଳେ କ’ଣ ସବୁ କରାଯାଇଥିଲା ସେସବୁ ବିଷୟରେ ପଚରାଯାଇଥିଲା। ଓପିଡ଼ି ଟିକଟରେ ଯାହା ଯାହା ଚିକିତ୍ସା କରାଯାଇଥିଲା ସେଥିରେ ଉଲ୍ଲେଖ କରାଯାଇଥିଲା ବୋଲି ସେ କହିଥିଲେ। ଗୁଳିମାଡ଼ ଆଘାତ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ। କିନ୍ତୁ ଇସିଜି କରାଯାଇଥିଲା କି ନାହିଁ, ତା’ର ରିପୋର୍ଟ କୁଆଡ଼େ ଗଲା ଆଦି ପଚରା ଯାଇ ନ ଥିଲା। ଆଜି ସକାଳ ୯ଟା ୨୦ରେ ନବଙ୍କ ଘରେ ପୁଣି ଥରେ ପହଞ୍ଚି ସାଢ଼େ ୩ ଘଣ୍ଟା ଧରି ମିନତିଙ୍କ ବୟାନ ରେକର୍ଡ କରାଯାଇଛି। ତେବେ ଦିନ ୧ଟାରେ ମିନତି, ବିଶାଲ ଏବଂ ଦୀପାଳି ଝାରସୁଗୁଡ଼ା ବିମାନବନ୍ଦରକୁ ଯାଇ ସେଠାରୁ ତାଙ୍କ ସ୍ବତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଭୁବନେଶ୍ବର ଯାଇଥିଲେ।
ଅନ୍ୟପକ୍ଷରେ ଗୋପାଳଙ୍କ ଓକିଲ ଶ୍ରୀ ନାଏକ ଆଉ ନୂଆ ଅଭିଯୋଗ ଉଠାଇଛନ୍ତି। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ନବଙ୍କ ପ୍ରାଥମିକ ଚିକିତ୍ସା ବେଳେ ଆଘାତ ସମ୍ବନ୍ଧୀୟ ରିପୋର୍ଟ ଓ ଓପିଡ଼ି ଟିକଟରେ ସମସ୍ତ କଥା ଲେଖା ହୋଇଥିଲା। ମାତ୍ର ସେଠାରେ ତାଙ୍କ ଇସିଜି କରାଯାଇଥିଲେ ହେଁ ତାହାକୁ ଗୋପନ ରଖାଯାଇଥିଲା। କୋର୍ଟରେ ଦାଖଲ ଚାର୍ଜସିଟ୍​‌େ​‌ର କେବଳ ଭୁବନେଶ୍ବରର ଏକ ମେଡ଼ିକାଲର ଇସିଜି ରିପୋର୍ଟ ରହିଥିବାବେଳେ ଝାରସୁଗୁଡ଼ା ଇସିଜି ରିପୋର୍ଟକୁ ହଜାଇ ଦିଆଯାଇଥିଲା। ଏସବୁ କରିବା ପାଇଁ କିଏ ନିର୍ଦେଶ ଦେଇଥିଲା, ତାହା ଏବେ ତଦନ୍ତ ସାପେକ୍ଷ। କ୍ରାଇମବ୍ରାଞ୍ଚ ଯଦି ପ୍ରକୃତ ତଦନ୍ତ କରିବାକୁ ଚାହୁଁଛି, ତେବେ ନବଙ୍କ ପରିବାର ଲୋକ ପୂର୍ବରୁ ଦେଇଥିବା ବୟାନ ଆଧାରରେ ତଦନ୍ତ କରୁ। ପରିବାର ଲୋକେ ୧୬୧ ଆଧାରିତ ବୟାନରେ କହିଥିଲେ, ନବଙ୍କ ଅନେକ ଶତ୍ରୁ ଅଛନ୍ତି। ଗୁଳିମାଡ଼ରେ ସେମାନଙ୍କ ହାତ ଥାଇପାରେ। ମାତ୍ର ସେ ଦିଗକୁ ନେଇ ତଦନ୍ତ କରାଯାଇନାହିଁ କିମ୍ବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇନାହିଁ ବୋଲି ଓକିଲ ଶ୍ରୀ ନାଏକ କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories