www.samajalive.in
Sunday, December 7, 2025
13.1 C
Bhubaneswar

ଦେଶର ସବୁଠୁ ଧନୀ ବିଧାୟକ ପରାଗ ଶାହଙ୍କର ୩୪୦୦ କୋଟିର ସମ୍ପତ୍ତି; ନିର୍ମଳଙ୍କ ପାଖରେ ୧୭୦୦ ଟଙ୍କା

ନୂଆଦିଲ୍ଲୀ: ମୁମ୍ବଇ ଘାଟକୋପର ଇଷ୍ଟ ନିର୍ବାଚନମଣ୍ଡଳୀର ପରାଗ ଶାହା ଦେଶର ସବୁଠାରୁ ଧନୀ ବିଧାୟକ। ଆସୋସିଏସନ୍‌ ଫର ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର୍‌) ରିପୋର୍ଟ ଅନୁଯାୟୀ ବିଜେପି ଟିକଟରେ ନିର୍ବାଚିତ ପରାଗଙ୍କ ମୋଟ ସମ୍ପତ୍ତି ପରିମାଣ ୩୪୦୦ କୋଟି ଟଙ୍କା। ପରାଗଙ୍କ ପରେ ଦ୍ବିତୀୟ ଧନୀ ବିଧାୟକ ହେଉଛନ୍ତି କଂଗ୍ରେସର ଡିକେ ଶିବକୁମାର। କର୍ଣ୍ଣାଟକ କନକପରା ନିର୍ବାଚନ ମଣ୍ଡଳୀର ବିଧାୟକ ଶିବକୁମାରଙ୍କ ମୋଟ ସମ୍ପତ୍ତି ପରିମାଣ ୧୪୧୩ କୋଟି ଟଙ୍କା। ସେହିପରି ଦେଶର ସବୁଠାରୁ ଗରିବ ବିଧାୟକ ହେଉଛନ୍ତି ପଶ୍ଚିମବଙ୍ଗର ନିର୍ମଳ କୁମାର ଧଡ଼ା। ଇନ୍ଦସ ଆସନରୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ନିର୍ମଳଙ୍କ ମୋଟ ସମ୍ପତ୍ତି ପରିମାଣ ମାତ୍ର ୧୭୦୦ ଟଙ୍କା। ୨୮ ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ୪୦୯୨ ବିଧାୟକଙ୍କ ସମ୍ପତ୍ତି ତାଲିକାକୁ ଯାଞ୍ଚ କରି ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି। ବିଧାୟକମାନେ ପ୍ରାର୍ଥିପତ୍ର ଦାଖଲ ବେଳେ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଥାନ୍ତି। ଧନୀ ବିଧାୟକ ତାଲିକାରେ ଅଛନ୍ତି କର୍ଣ୍ଣାଟକର ସ୍ବାଧୀନ ବିଧାୟକ କେଏଚ୍ ପୁଟ୍ଟାସ୍ବାମୀ ଗୌଡା (୧୨୬୭ କୋଟି), କର୍ଣ୍ଣାଟକର ପ୍ରିୟକୃଷ୍ଣ (୧୧୫୬ କୋଟି), ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ (୯୩୧ କୋଟି), ଜଗନ ମୋହନ ରେଡ୍ଡି (୭୫୭ କୋଟି), ଭି ପ୍ରଶାନ୍ତି ରେଡ୍ଡି (୭୧୬ କୋଟି), ପି ନାରାୟଣ (୮୨୪ କୋଟି)। ଦେଶର ସବୁଠୁ ଧନୀ ୧୦ଜଣ ବିଧାୟକଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ସର୍ବାଧିକ ୪ଜଣ ବିଧାୟକ ଅଛନ୍ତି। କର୍ଣ୍ଣାଟକର ୨୨୩ ବିଧାୟକଙ୍କ ମୋଟ ସମ୍ପତ୍ତି ପରିମାଣ ୧୪,୧୭୯ କୋଟି। ସେହିପରି ମହାରାଷ୍ଟ୍ରର ୧୮୬ ବିଧାୟକଙ୍କ ମୋଟ ସମ୍ପତ୍ତି ପରିମାଣ ୧୨,୪୨୪ କୋଟି, ଆନ୍ଧ୍ରପ୍ରଦେଶର ୧୭୪ ବିଧାୟକଙ୍କ ମୋଟ ସମ୍ପତ୍ତି ପରିମାଣ ୧୧,୩୨୩ କୋଟି। ତ୍ରିପୁରାର ୬୦ ବିଧାୟକଙ୍କ ମୋଟ ସମ୍ପତ୍ତି ସବୁଠାରୁ ସର୍ବନିମ୍ନ ୯୦ କୋଟି। ଆନ୍ଧ୍ରପ୍ରଦେଶର ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ସର୍ବାଧିକ ୬୫.୦୭ କୋଟି ଟଙ୍କା। ଏହା ପଛକୁ କର୍ଣ୍ଣାଟକ ବିଧାନସଭାର ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ୬୩.୫୮ କୋଟି ଟଙ୍କା। ଏହା ପଛକୁ ମହାରାଷ୍ଟ୍ର ବିଧାୟକଙ୍କ ହାରାହାରି ସମ୍ପତ୍ତି ୪୩.୪୪ କୋଟି। ବିଧାୟକଙ୍କ ସର୍ବନିମ୍ନ ହାରାହାରି ସମ୍ପତ୍ତି ପରିମାଣ ତ୍ରିପୁରାର ୧.୫୧ କୋଟି, ପଶ୍ଚିମବଙ୍ଗ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨.୮୦ କୋଟି, କେରଳ ବିଧାୟକଙ୍କ ହାରାହାରି ସମ୍ପତ୍ତି ୩.୧୩ କୋଟି। ଦେଶର ୪୦୯୨ ବିଧାୟକଙ୍କ ମୋଟ ସମ୍ପତ୍ତି ପରିମାଣ ୭୩,୩୪୮ କୋଟି ଟଙ୍କା। ବିଜେପି ବିଧାୟକ ସଂଖ୍ୟା ୧୬୫୩ ହୋଇଥିବାବେଳେ ସେମାନଙ୍କ ମୋଟ ସମ୍ପତ୍ତି ୨୬,୨୭୦ କୋଟି। କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୬୪୬ ହୋଇଥିବାବେଳେ ସେମାନଙ୍କ ସମ୍ପତ୍ତି ପରିମାଣ ୧୭,୩୫୭ ​‌କୋଟି। ଟିଡିପି ବିଧାୟକଙ୍କ ସଂଖ୍ୟା ୧୩୪ ହୋଇଥିବାବେଳେ ସେମାନଙ୍କ ସମ୍ପତ୍ତି ପରିମାଣ ୯,୧୦୮ କୋଟି ଟଙ୍କା। ଅନ୍ୟପଟେ ଆନ୍ଧ୍ରପ୍ରଦେଶର ୧୩୮ଜଣ ବିଧାୟକଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ସେହିପରି କେରଳର ୯୩, ତେଲଙ୍ଗାନାର ୮୨, ବିହାରର ୧୫୮, ମହାରାଷ୍ଟ୍ରର ୧୮୭ ଓ ତାମିଲନାଡୁର ୧୩୨ ବିଧାୟକଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଅନୁଯାୟୀ ୫୨ଜଣ ବିଧାୟକ ପଞ୍ଚମ ଶ୍ରେଣୀ କିମ୍ବା ଦ୍ବାଦଶ ଶ୍ରେଣୀ ମଧ୍ୟରେ ପାଠ ପଢିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories