www.samajalive.in
Monday, December 15, 2025
16.1 C
Bhubaneswar

ଡୁକାଟି ଆଣିଲା ନୂଆ ମଡେଲ, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ଇଟଲୀର ସୁପର ବାଇକ୍ ନିର୍ମାତା ଡୁକାଟି ତରଫରୁ ଭାରତୀୟ ବଜାରରେ ଅନେକ ବାଇକ୍ ବିକ୍ରି କରାଯାଏ । କମ୍ପାନୀ ଏବେ ନିଜ ଦମଦାର ବାଇକର ଡାର୍କ ଏଡିସନ ଭାରତରେ ଲଞ୍ଚ୍ କରିଦେଇଛି । ଆସନ୍ତୁ ଜାଣିବା ଏଥିରେ କି କି ନୂଆ ଫିଚର୍ ରହିଛି ।

ଡୁକାଟି ୨୦୨୫ ସ୍କ୍ରାମ୍ବଲର ଆଇକନ୍ ଡାର୍କ ବାଇକ୍ ନେଇଆସିଛି । ଏଥିରେ ବାଇକକୁ ସମ୍ପୂର୍ଣ୍ଣ କଳା ରଙ୍ଗର ଥିମ୍ ଦିଆଯାଇଛି । ଭାରତୀୟ ଗ୍ରାହକଙ୍କ ପାଇଁ ନୂଆ ସ୍କ୍ରାମ୍ବଲର ଆଇକନ୍ ଡାର୍କ ଆଣି ଉତ୍ସାହିତ ଥିବା କହିଛନ୍ତି ଡୁକାଟି ଇଣ୍ଡିଆର ଏମଡି ବିପୁଳ ଚନ୍ଦ୍ରା । ଭାରତୀୟ ଗ୍ରାହକଙ୍କ ହୃଦୟରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ରଖିପାରିଛି ।

- Advertisement -

ଏଥିରେ ୮୦୩ ସିସିର ଏୟାର କୁଲ୍ଡ ଟ୍ବିନ୍ ଇଞ୍ଜିନ୍ ଦିଆଯାଇଛି । ଏହା ୭୩ ହର୍ସ ପାଓ୍ବର ଓ ୬୫.୨ ନ୍ୟୁଟନ ମିଟର ଟର୍କ ଉତ୍ପନ କରେ । ବାଇକରେ ୬ ସ୍ପିଡ୍ ଗିୟରବକ୍ସ ଦିଆଯାଇଛି । ଏଥିରେ ୧୭ ଓ ୧୮ ଇଞ୍ଚର ଆଲୟ ହ୍ବିଲ୍ ଦିଆଯାଇଛି । କମ୍ପାନୀ ଏହାକୁ ୯.୯୭ ଲକ୍ଷ ଟଙ୍କାର ଏକ୍ସ ଶୋରୁମ୍ ଦାମରେ ଲଞ୍ଚ୍ କରିଛି । ଗ୍ରାହକ ଏହାକୁ ଅନଲାଇନ୍ ବା ଅଫଲାଇନରେ ବୁକ୍ କରିପାରିବେ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories