www.samajalive.in
Monday, December 15, 2025
17.1 C
Bhubaneswar

ତଟ ସୁରକ୍ଷା ସମରାଭ୍ୟାସ, ପ୍ରଥମ ଦିନରେ ୩ ଗୁପ୍ତଚର ଠାବ

ଧାମରା: ୨୦୧୧ ନଭେମ୍ବର ୨୬ ତାରିଖ ଦିନ ମୁମ୍ବଇରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାର କୌଶଳକୁ ନେଇ ବୁଧବାରଠାରୁ ଭଦ୍ରକ ଜିଲାରେ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗରାଭ୍ୟାସ ସାଗର କବଚ ୦୧/୨୦୨୫। ପଶ୍ଚିମବଙ୍ଗ ଏବଂ ଓଡିଶାର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ପ୍ରଶାସନ, ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡାମଣୀ ମେରାଇନ ଥାନା ଭାଗ ନେଇଥିଲା। ଧାମରା ମାଛଧରା ଜେଟୀ, ଧାମରା ବନ୍ଦର, କାଳିନାଳୀ ଜେଟୀ, କସିଆ ମାଛଧରା ଜେଟୀ, ଚୁଡାମଣୀ ଜେଟୀ ଏବଂ ଚୁଡାମଣୀ ଘାଟରେ ପୁଲିସ ପ୍ରଶାସନ ପକ୍ଷରୁ ପଇଁତରା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଧାମରା ମେରାଇନର ଟେକ୍‌ନିକାଲ ଷ୍ଟାଫ, ଧାମରା ମେରାଇନ ଥାନାର ଜଣେ ଅଫିସରଙ୍କ ସହ ସମୁଦ୍ରରେ ପଇଁତରା କରିଥିଲେ। ସମରାଭ୍ୟାସରେ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ ଏବଂ ଭାରତୀୟ ନୌସେନାର କିଛି ସଦସ୍ୟ ଗୁପ୍ତଚର(ବ୍ଲୁ ଫୋର୍ସ) ହିସାବରେ ଧାମରା ଅଂଚଳକୁ ଆସନ୍ତି। ଅନ୍ୟ ଦଳଟିରେ ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ, ଧାମରା ମତ୍ସ୍ୟ ପୋତାଶ୍ରୟ, ଚନ୍ଦନୀପାଳ, କରଞ୍ଜମାଳ, ବାଲିମୁଣ୍ଡା, କସିଆ, ଚୁଡାମଣୀ ଜେଟି, ଚୁଡାମଣି ଘାଟ ଏବଂ ବାସୁଦେବପୁରଠାରେ ସାଦା ପୋଷାକରେ ପହରା ଦେଇଥାନ୍ତି। ଯଦି ଗୁପ୍ତଚର ମାନେ(ବ୍ଲୁ ଫୋର୍ସ) ଆସି ନିର୍ଦ୍ଧାରିତ ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାଆନ୍ତି ତାହେଲେ ଗୁଇନ୍ଦା ବିଭାଗ ସଜାଗ ନାହିଁ ବୋଲି ଧରାଯାଏ। ନିର୍ଦ୍ଧାରିତ ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ରେଡ ଫୋର୍ସ) ସେମାନଙ୍କୁ ଧରିନିଏ, ତା’ହେଲେ ଉପକୂଳବର୍ତ୍ତୀ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ଧରାଯାଏ। ସମରାଭ୍ୟାସରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୨ଜଣ ଇନ୍ସପେକ୍ଟର, ୯ଜଣ ଏଏସଆଇ, ୪୦ଜଣ ଫୋର୍ସ, ୧୪ଜଣ ସାଗର ମିତ୍ର ସାମିଲ ଥିବା ବେଳେ ୧୧ ଟେକନିକାଲ ଷ୍ଟାଫ ଏବଂ ସମୁଦ୍ର ବିଶେଷରେ ଏକ ୧୨ଟନ ବିଶିଷ୍ଟ ସ୍ପିଡ ବୋଟ ମଧ୍ୟ ସାମିଲ ହୋଇଛି। ଏହି ସୁରକ୍ଷାଭ୍ୟାସ ସାଗର କବଚରେ ୩ଜଣ ଗୁପ୍ତଚରଙ୍କୁ ଧରିବାରେ ପୁଲିସ ପ୍ରଶାସନ ସଫଳ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories