www.samajalive.in
Sunday, December 14, 2025
16.1 C
Bhubaneswar

ଜାତୀୟ ବରିଷ୍ଠ ପୁରୁଷ ହକି ଶିବିରରେ ୫ ଓଡ଼ିଆ

ବେଙ୍ଗାଲୁରୁ : ଭାରତୀୟ ବରିଷ୍ଠ ପୁରୁଷ ହକି ଦଳର ଶିବିର ଆରମ୍ଭ ହୋଇଛି। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଏହି ଶିବିର ଚାଲିଛି। ହକି ଇଣ୍ଡିଆ ଶିବିର ଲାଗି ୩୬ ଜଣ ସମ୍ଭାବ୍ୟ ଖେଳାଳିଙ୍କୁ ମନୋନୀତ କରିଛି। ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଏହି ଜାତୀୟ ଶିବିରରେ ଓଡ଼ିଶାର ୫ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ଅଭିଜ୍ଞ ଡିଫେଣ୍ଡର ଅମିତ ରୋହିଦାସ, ଅମନଦୀପ୍‌‌ ଲାକ୍ରା ଓ ନୀଲମ ସଞ୍ଜୀପ ଖେସ୍‌‌ ଏବଂ ଫରୱାର୍ଡ ସୁଦୀପ ଚିର୍‌‌ମାକୋ ଓ ଶିଳାନନ୍ଦ ଲାକ୍ରା। ଏହି ଶିବିର ପାଇଁ ୪ ଜଣ ଗୋଲ୍‌‌ ରକ୍ଷକ ମନୋନୀତ ହୋଇଛନ୍ତି। ସେମାନେ ହେଲେ କ୍ରିଷନ ବାହାଦୂର ପାଠକ, ସୂରଜ କେର୍‌‌କେରା, ମୋହିତ ଏଚ୍‌. ଶଶିକୁମାର ଓ ପୱନ। ଏହିି ଶିବିର ପାଇଁ ହକି ଇଣ୍ଡିଆ ଘୋଷଣା କରିଥିବା ସମ୍ଭାବ୍ୟ ଖେଳାଳିଙ୍କ ମଧ୍ୟରେ ୯ ଜଣ ଡିଫେଣ୍ଡର, ୧୧ ଜଣ ମିଡ୍‌‌ଫିଲ୍‌ଡର ଓ ୧୨ ଜଣ ଫରୱାର୍ଡ ରହିଛନ୍ତି। ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌‌ ଫୁଲ୍‌‌ଟନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇ ସପ୍ତାହ ବ୍ୟାପୀ ଏହି ଶିବିର ପରିଚାଳିତ ହେବ। ଏହି ଶିବିରରେ ଆମେ ମୁଖ୍ୟତଃ ଫିଟ୍‌‌ନେସ ଓ ନିକଟରେ ଖେଳିଥିବା ମ୍ୟାଚ୍‌‌ର ପ୍ରଦର୍ଶନ ଉପରେ ଅଧିକ ଧ୍ୟାନଦେବୁ। ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ୍‌‌ର ଆଗାମୀ ୟୁରୋପ୍‌‌ ପର୍ଯ୍ୟାୟ ପ୍ରତି ଆମର ବିଶେଷ ଧ୍ୟାନ ରହିବ ବୋଲି ଫୁଲ୍‌ଟନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏଫ୍‌‌ଆଇଏଚ୍‌‌ ପ୍ରୋ ଲିଗ୍‌‌ରେ ଭାରତୀୟ ପୁରୁଷ ଦଳ ଘରୋଇ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲା। ହର୍‌‌ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ କଳିଙ୍ଗ ଷ୍ଟାଡିୟମରେ ୮ ମ୍ୟାଚ ଖେଳି ୫ ବିଜୟ ସହ ୧୫ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ଇଂଲଣ୍ଡ ଓ ବେଲ୍‌‌ଜିୟମ ଦଳ ୧୬ ପଏଣ୍ଟ ଲେଖାଏଁ ପାଇ ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories