www.samajalive.in
Sunday, December 14, 2025
17.1 C
Bhubaneswar

ଜଙ୍ଗଲ ନିଆଁରେ ମହିଳା ଜୀବନ୍ତ ଦଗ୍ଧ

କାମାକ୍ଷାନଗର : କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ଗୋବରୀ ଗାଁର ବୁଧିନି ମହାନ୍ତ(୫୦)ଙ୍କ ଆଜି ଦିନ ୧୨ ଟା ସମୟରେ ଜଙ୍ଗଲ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଛି । ବୁଧିନିଙ୍କ ଘରଠାରୁ ୧୦୦ ମିଟର ଦୂରତାରେ ଜଙ୍ଗଲ ଜଳୁଥିଲା । ନିଆଁ ଘର ମୁହାଁ ହେବ ଦେଖି ସେ ନିଆଁ ଲିଭାଇବା ପାଇଁ ଯାଉଥିଲା ବେଳେ ଘର ପାଖରେ ଏକ କେନାଲରେ ପଡି ଯାଇଥିଲେ ସେପଟୁ ଜଙ୍ଗଲ ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁରେ ପୋଡି ହୋଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଜଙ୍ଗଲରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଙ୍ଗଲ ହୁ ହୁ ହୋଇ ଜଳୁଥିଲା । ସାରା ରାଜ୍ୟରେ ଜଙ୍ଗଲ ଜଳୁଥିବା ବେଳେ ବନ ବିଭାଗ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲ ଭିତରେ ଥିବା ବନ୍ୟଜନ୍ତୁ ଓ ଅନ୍ୟାନ୍ୟ ଗଛ ନଷ୍ଟ ହେଉଥିବା ବେଳେ ଆଜି ଜଙ୍ଗଲ ନିଆଁରେ ଏକ ମୂଲ୍ୟବାନ ଜୀବନ ନଷ୍ଟ ହୋଇ ଯାଇଛି । ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ସେମାନଙ୍କୁ ଧରି ବାରେ ବିଫଳ ହେଉଛି ବନ ବିଭାଗ।

କଙ୍କଡାହାଡ଼ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିଥିଲେ। ଖବର ପାଇ ମହାବିରୋଡ଼ ଥାନା ଅଧିକାରୀ କାଶୀନାଥ ହାଁସଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ କହିଛନ୍ତି ଜଙ୍ଗଲରେ ଲୋକମାନେ ନିଆଁ ଲଗାଇ ଦେଉଛନ୍ତି ଏହା ଏକ ଦୁର୍ଘଟଣା ସେଥିରେ ଜଣଙ୍କ ମୃତ୍ୟୁ ହୋଇଛି । ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଉଥିବା ବେଳେ ଦୁର୍ବୁତ୍ତ ମାନେ ଜଙ୍ଗଲକୁ ନିଆଁ ଲଗାଇ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ବନ ବିଭାଗ ସଠିକ ତଦାରଖ ଅଭାବରୁ ଜଙ୍ଗଲ ନିଆଁ ଲିଭାଇବାରେ ଫେଲ ହେଉଛି ବନ ବିଭାଗ । ଖବର ଲେଖା ବେଳକୁ ବନ ବିଭାଗର କେହି ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଖବର ପାଇ ବାମ ପଞ୍ଚାୟତ ସରପଞ୍ଚ ଫକୀର ଚରଣ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ବୁଧିନିଙ୍କ ପରିବାରକୁ ସରକାରୀ ସହାୟତା ମିଳିବା ପାଇଁ ଦାବି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories