www.samajalive.in
Tuesday, December 9, 2025
17.1 C
Bhubaneswar

ଗଡ଼କରୀଙ୍କୁ ସୋନିଆଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଏକ ରୋଚକ ଘଟଣାକ୍ରମେ ଦେଶର ଭିତ୍ତିଭୂମି ବିକାଶ ଦିଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ ବିଜେପି ନେତା ନୀତୀନ ଗଡ଼କରୀଙ୍କ କାର୍ଯ୍ୟକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତାମାନେ ଗୁରୁବାର ସଂସଦରେ ପ୍ରଶଂସା କରିଛନ୍ତି। ଲୋକସଭାର ପ୍ରଶ୍ନକାଳରେ ଏହି ମନ୍ତ୍ରାଳୟର କାର୍ଯ୍ୟ ସମ୍ବନ୍ଧୀୟ କେତେକ ପ୍ରଶ୍ନ ଉତ୍‌ଥାପନ କରାଯାଇଥିଲା। ଏହାର ଉତ୍ତର ଦେଇ ଗଡ଼କରୀ କହିଥିଲେ ୨୦୨୨ ସୁଦ୍ଧା ୫.୩୫ ଲକ୍ଷ କୋଟି ଟଙ୍କା ବିନିମୟରେ ଦେଶବ୍ୟାପୀ ୬୫,୦୦୦ କିଲୋମିଟର ସଡ଼କ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ସାଂସଦ ନିଜ ନିଜ ନିର୍ବାଚନମଣ୍ଡଳୀରେ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ବୋଲି ଗଡକାରୀ କହିଥିଲେ। ତାଙ୍କ ଉତ୍ତରରେ ବିଜେପି ସାଂସଦମାନେ ଟେବୁଲରେ ହାତ ବାଡାଇ ତାଙ୍କୁ ପ୍ରଶଂସା କରିଥିଲେ। ଏହି ସମୟରେ ମଧ୍ୟପ୍ରଦେଶର ବିଜେପି ସାଂସଦ ଗଣେଷ ସିଂହ ବାଚସ୍ପତି ସୁମିତ୍ରା ମହାଜନଙ୍କୁ କହିଥିଲେ ମନ୍ତ୍ରାଳୟ ଦ୍ବାରା କରାଯାଇଥିବା ଉତ୍କୃଷ୍ଟ କାର୍ଯ୍ୟକୁ ସମଗ୍ର ଗୃହ ପ୍ରଶଂସା କରିବା ଉଚିତ। ଏହା ଶୁଣି ଗୃହରେ ଉପସ୍ଥିତ ସୋନିଆ ସ୍ମିତହାସ୍ୟ ଦେଇ ପ୍ରଶଂସା କରିବା ନିମିତ୍ତ ଟେବୁଲରେ ହାତ ବାଡାଇ ଥିଲେ। ତାଙ୍କୁ ଦେଖି କଂଗ୍ରେସର ଅନ୍ୟ ସାଂସଦମାନେ ମଧ୍ୟ ଟେବୁଲରେ ହାତ ବାଡାଇ ଗଡ଼କରୀଙ୍କୁ ପ୍ରଶଂସା କରିଥିଲେ। ଉଲ୍ଲେଖ ଯେ ସୋନିଆ ନିଜ ନିର୍ବାଚନମଣ୍ଡଳୀ ରାୟବରେଲିରେ ଯୋଗାଯୋଗ ଓ ପରିବହନ ସମସ୍ୟା ପ୍ରସଙ୍ଗ ଉଠାଇବା ପରେ ମନ୍ତ୍ରାଳୟ ପକ୍ଷରୁ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏଥିନେଇ ସୋନିଆ ୨୦୧୮ରେ ଅଗଷ୍ଟରେ ଗଡ଼କରୀଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories