www.samajalive.in
Sunday, December 14, 2025
19.1 C
Bhubaneswar

ଏସିରେ ବିସ୍ଫୋରଣ ଘଟି ଡାକ୍ତରଖାନା​‌ରେ ଅଗ୍ନିକାଣ୍ଡ

ସମାଜ ଡିଜିଟାଲ ଡେସ୍କ: ଏସି ବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ବିସ୍ଫୋରଣ ହେବାରୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ମଧ୍ୟପ୍ରଦେଶର ଗ୍ବାଲିଅର ଅନ୍ତର୍ଗତ ଜୟାରୋଗ୍ୟ ହସ୍ପିଟାଲ ଗ୍ରୁପର କମଳାରାଜା ଡାକ୍ତରଖାନାରେ ଶନିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତୁରନ୍ତ ରୋଗୀମାନଙ୍କୁ ଉଦ୍ଧାର କରାଯିବା ସହିତ ନିଆଁକୁ ଆୟତ୍ତ କରାଯାଇଥିଲା।

ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧ଟାରେ ହଠାତ ଆଇସିୟୁରେ ଥିବା ଏସିରେ ଶର୍ଟସର୍କିଟ ଯୋଗୁ ବିସ୍ଫୋରଣ ଘଟିଥିଲା। ତୁରନ୍ତ ନିଆଁ ୱାର୍ଡରେ ବ୍ୟାପିଯାଇଥିଲା। ଏହି ଆଇସିୟୁ ୱାର୍ଡରେ ୨୨ ରୋଗୀ ଚିକିତ୍ସାଧୀନ ଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଉଦ୍ଧାର କରି ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଏହା ସହିତ ପାଖରେ ଥିବା ଲେବର ରୁମରେ ପ୍ରାୟ ୧୦୦ ରୋଗୀ ଏବଂ ଶିଶୁ ୱାର୍ଡରେ ୫୦ ରୋଗୀ ଚିକିତ୍ସାଧୀନ ରହିଥିଲେ। ସେମାନଙ୍କୁ ବି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀ ଏବଂ ଡାକ୍ତରଖାନାର ସୁରକ୍ଷା କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ହସ୍ପିଟାଲ ଧୂଆଁମୟ ହୋଇଯିବାରୁ ରୋଗୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories