www.samajalive.in
Saturday, December 6, 2025
26.1 C
Bhubaneswar

ମହୁଲ ପାଇଁ ଜଙ୍ଗଲ ପୋଡି: ନିଘୋଡ ନିଦ୍ରାରେ ବନ ବିଭାଗ

ବଣାଇ : ଜଙ୍ଗଲ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଉଦ୍ୟମରେ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଜାପାନ ବ୍ୟାଙ୍କ ସହାୟତାରେ ଜଙ୍ଗଲ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଜରିଆରେ ଅନୁଦାନ ରାଶି ଖର୍ଚ୍ଚ ହେଉଥିଲେ ହେଁ ଦୁର୍ଗମ ଅଞ୍ଚଳରେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଜଙ୍ଗଲ ସୁରକ୍ଷା ପାଇଁ ସବୁ ସଚେତନତା ବାର୍ତ୍ତା କେବଳ ସୂଚନା ଫଳକରେ ସୀମିତ ରହିଯାଇଛି। ଗୋଟିଏ ପଟେ ମହୁଲ ଫୁଲ ନିଶାରେ ଜଙ୍ଗଲରେ ଜଳୁଥିବାବେଳେ ବନ ବିଭାଗ ଗାଢ଼ ନିଦ୍ରାରେ ଶୋଇଛି।  ବଣାଇ ବନଖଣ୍ଡର ବଣାଇ, କୋଇଡା, ବରସୁଆଁ, କୁଳିପୋଷ, ତାମଡା, ସୋଲ, ଜର୍ଡା ଏବଂ ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳକୁ ନେଇ ବଣାଇ ଉପଖଣ୍ଡ ଜଙ୍ଗଲ ଅଞ୍ଚଳ ବୋଲି ଜଣାଯାଏ। ବଣାଇ ଉପଖଣ୍ଡରେ ସମୁଦାୟ ୪୦୧୭.୬୦ ବର୍ଗ କିଲୋମିଟର ପରିମିତ ଜଙ୍ଗଲ ରହିଥିବାବେଳେ ବଣାଇ ବନଖଣ୍ଡରେ ଜଙ୍ଗଲାଞ୍ଚଳ ୨, ୯୩୪.୨୧ ବର୍ଗ କିଲୋମିଟର ପରିମିତ ଜଙ୍ଗଲ ଏବଂ ବାଙ୍କି ବନାଞ୍ଚଳରେ ରହିଛି । ୧୦୮୩.୩୯ ବର୍ଗ କିଲୋମିଟର ଜଙ୍ଗଲ। ବିଭିନ୍ନ ସ୍ଥାନରେ ମହୁଲ ଫୁଲର ମହକରେ ସ୍ଥାନୀୟ ଆଦିବାସୀ ପତ୍ରକୁ ନିଆଁ ଜାଳି ମହୁଲ ଗୋଟାଇବା ପାଇଁ ପରିଷ୍କାର କରୁଥିଲେ ହେଁ ଏହି ନିଆଁ ଯେ ମହାତ୍ମାଗାନ୍ଧି କର୍ମନିଯୁକ୍ତି ଯୋଜନାରେ ବୃକ୍ଷରୋପଣ କରାଯାଉଥିବା ଛୋଟଛୋଟ ଗଛ ଗୁଡିକ ଜଳି ନଷ୍ଟ ହେଇଯାଇଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ଉକ୍ତ ୮ଟି ରେଞ୍ଜ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ, ଚାଷ ଜମିରେ, ରାସ୍ତା ପାର୍ଶ୍ବରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ନିଆଁର ପ୍ରଭାବ ଜାରି ରହିଥିଲେ ହେଁ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ କୌଣସି ବିଭାଗୀୟ ଅଧିକାରୀ ଯାଇ ନ ଥିବା ଜଣାପଡ଼ିଛି। କେବଳ ବିଭାଗୀୟ ଅଧିକାରୀମାନେ ନୀରବଦ୍ରଷ୍ଟା ହୋଇ ବାତାନୁକୁଳିତ କୋଠାରୀ ଏବଂ ଗାଡ଼ିରେ ବସି ରହୁଥିବାବେଳେ କେବଳ ପାରା କର୍ମଚାରୀଙ୍କ ଭରସାରେ ଜଙ୍ଗଲରେ ନିଆଁ ଲିଭା ଦାୟିତ୍ୱ ଛାଡି ଦେଇଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ମଧ୍ୟରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପ୍ରଥମ କର୍ତ୍ତବ୍ୟ ହୋଇଥିବାବେଳେ ଯେ କୌଣସି ବ୍ୟକ୍ତି ଏହି କାର୍ଯ୍ୟରେ ସାମିଲ ଥାଏ, ତାକୁ ୬ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପ୍ରଭୃତି ଦଣ୍ଡନୀୟ ଅପରାଧରେ ଦଣ୍ଡିତ କରିବାର ନିର୍ଦେଶ ଥିବାବେଳେ ପ୍ରକୃତରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଗାଁ ଗାଁରେ ବନସୁରକ୍ଷା ସମିତି, ହାତୀ ଘଉଡାଇବା ସହ ଜଙ୍ଗଲ ବିଭାଗର ବିଭିନ୍ନ କାର୍ଯ୍ୟରେ ସହଯୋଗ ସହ ସୂଚନା ପ୍ରଦାନ କରିବା ନିମନ୍ତେ ଏହି ଦଳ କାର୍ଯ୍ୟ କରୁଥିବାବେଳେ ଦୁର୍ଗମ ଅଞ୍ଚଳରେ ଏସବୁ ଲୁକ୍କାୟିତ ହୋଇ ରହିଯାଉଥିବା ଏବଂ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଜଣେ ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ ମତାମତ ଦେଇଛନ୍ତି। ଏ ବାବଦରେ ବଣାଇ ରେଞ୍ଜର ଦେବାଶିଷ ନାୟକ ଏବଂ ବଣାଇ ସହକାରୀ ବନସଂରକ୍ଷକ ଜଗନ୍ନାଥ ବିଷୋୟୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମହୁଲଫୁଲ, କେନ୍ଦୁପତ୍ର, ଆଉ ଚାଷ ଜମିରେ ନିଆଁ ଲାଗୁଛି, ନିଆଁ ନିୟନ୍ତ୍ରଣ ଏବଂ ନିଆଁ ଲିଭାଇବା ପାଇଁ ଆମ କର୍ମଚାରୀ ସଜାଗ ଅଛନ୍ତି। ଜଙ୍ଗଲରେ ପାଳି କରି ହାତରେ ବାଡି ଏବଂ ବ୍ଲୋୟର ଧରି ନିଆଁ ଲିଭାଉଛନ୍ତି। ପାରା କର୍ମଚାରୀମାନେ ହାତରେ ଠେଙ୍ଗା ବାଡି ଧରି ଦିନ ରାତି ଜଙ୍ଗଲରେ ବୁଲି ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରୁଛନ୍ତି। କିଏ ଯଦି ଜଙ୍ଗଲରେ ନିଆଁ ଲଗାଏ, ତାକୁ କଠୋରରୁ କଠୋର ଦଣ୍ଡ ଦିଆଯିବ। ଅନ୍ୟପକ୍ଷରେ ଏ ନେଇ ରେଞ୍ଜର କହିଛନ୍ତି ଏହା ମନୁଷ୍ୟକୃତ ନିଆଁ ା ମହୁଲ, କେନ୍ଦୁପତ୍ର, ଜମି ଯୋଗୁଁଁ ଜଙ୍ଗଲରେ ନିଆଁ ବ୍ୟାପୁଛି ା ଅନ୍ୟପଟେ ବଣାଇ ଡିଭିଜନରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଫରେଷ୍ଟର, ଫରେଷ୍ଟ ଗାର୍ଡ, ବାଙ୍କି ରେଞ୍ଜର ୧୨ରୁ ୧୫, ଏହି ପଦରେ ଏପର୍ଯ୍ୟନ୍ତ କେହି ନିଯୁକ୍ତି ହୋଇନାହାନ୍ତି। ଯାହାଫଳରେ ସମସ୍ୟା ହେଉଥିବା ଚର୍ଚ୍ଚା ହେଉଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories