www.samajalive.in
Saturday, December 6, 2025
26.1 C
Bhubaneswar

ବିଜେଡିରେ ପାଣ୍ଡିଆନ ସକ୍ରିୟ ! ପ୍ରଘଟ ଫଟୋ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ବର : ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଭି.କେ. ପାଣ୍ଡିଆନଙ୍କୁ ନେଇ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି। ବିଜେଡି ନେତା ତଥା ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ତାଙ୍କ ପତ୍ନୀ ରୋଜାଲିନ ପଟ୍ଟନାୟକ ପାଣ୍ଡିଆନ୍‌ଙ୍କୁ ଭେଟିବା ସମୟର ଫଟୋ ପ୍ରଘଟ ହେବା ପରେ ବିଜେଡିରେ ଏବେ ବି ପାଣ୍ଡିଆନ୍‌ ସକ୍ରିୟ ଥିବା କୁହାଯାଉଛି। ସୂଚନା ଅନୁସାରେ, ବିବାହ ପରେ ମନ୍ମଥ ଏବଂ ତାଙ୍କ ପତ୍ନୀ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ନବୀନଙ୍କ ସହ ପାଣ୍ଡିଆନ୍‌ଙ୍କୁ ମଧ୍ୟ ଭେଟିଥିଲେ ମନ୍ମଥ ଓ ତାଙ୍କ ପତ୍ନୀ। ପାଣ୍ଡିଆନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ପାଣ୍ଡିଆନ୍‌ଙ୍କୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି। ନବୀନ ନିବାସରେ ପାଣ୍ଡିଆନ୍ ରହିବା ସହ ଦଳରେ ଏବେ ବି ତାଙ୍କର ଗୁରୁତ୍ବ ଥିବା କୁହାଯାଉଛି। ଏନେଇ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ, ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ଆମ ଦଳ ସାଙ୍ଗରେ ଅଛନ୍ତି। ଆମ ସରକାରରେ ମଧ୍ୟ ଥିଲେ। ସରକାରରେ ପଦ ପଦବୀରେ ଥିଲେ। ଦଳ ପାଇଁ ବହୁତ କାମ କରିଛନ୍ତି। ପାଣ୍ଡିଆନଙ୍କ ଏବେବି କ୍ରେଜ୍‌ ଅଛି। ଯେଉଁ କ୍ରେଜ୍ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠାଇବାକୁ ଆଗ୍ରହ ଦେଖାଉଛନ୍ତି। କେବଳ ବିଜେଡି ନେତା ନୁହନ୍ତି, ଅନ୍ୟ ଦଳର ନେତା ମଧ୍ୟ ତାଙ୍କ ସହ ଫଟୋ ଉଠାଉଛନ୍ତି। କିନ୍ତୁ ସେ ଫଟୋ ବାହାରକୁ ଆସୁନି କି କେହି ଜାଣିପାରୁନାହାନ୍ତି। ଦଳର ବିପର୍ଯ୍ୟୟ ପାଇଁ କିଛି ନେତା ପାଣ୍ଡିଆନଙ୍କୁ ଦାୟୀ କରୁଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ବିପର୍ଯ୍ୟୟ ପାଇଁ ଜଣଙ୍କୁ କାହିଁକି ଦାୟୀ କରିବା। ଏହା ଗୋଟେ ଟିମ୍‌ର ଦାୟିତ୍ବ ଥିଲା। ପାଣ୍ଡିଆନ୍‌ ବିଜେଡିକୁ ଚଳାଉଥିବା ସମ୍ପର୍କରେ ଗଣମାଧ୍ୟମରେ ଅପପ୍ରଚାର ହେଉଛି। ବାସ୍ତବରେ ବିଜେଡି ଏକ ଗଣତାନ୍ତ୍ରିକ ଦଳ। ବିଜେଡିର କୋର୍ କମିଟି ଅଛି। ଏହାର ନେତା ନବୀନ ପଟ୍ଟନାୟକ ସବୁ ନିଷ୍ପତ୍ତି ନିଅନ୍ତି। ସେ ସନ୍ନ୍ୟାସ ନେବା ପରେ ନବୀନ ନିବାସରେ କ’ଣ କରୁଛନ୍ତି ପ୍ରଶ୍ନରେ ସନ୍ନ୍ୟାସ ନେଲେ ବୋଲି କ’ଣ ହିମାଳୟ ପଳେଇଲେ ନା କ’ଣ ବୋଲି କହିଛନ୍ତି ସାରଦା। ସୂଚନାଯୋଗ୍ୟ ଯେ, ନିର୍ବାଚନରେ ବିଜେଡିର ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ। ନିର୍ବାଚନ ପୂର୍ବରୁ ସେ କହିଥିଲେ ଯେ, ଯଦି ବିଜେଡି କ୍ଷମତାକୁ ନଆସିବ, ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। ନିର୍ବାଚନ ପରେ କିଛି ମାସ ପର୍ଯ୍ୟନ୍ତ ତାଙ୍କୁ ବାହାରେ ଦେଖିବାକୁ ମିଳି ନ ଥିଲା। ପରେ ସେ କଟକର ଏକ ବିଜେଡି ନେତାଙ୍କ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାଣ୍ଡିଆନ୍‌ ଏବେ କେଉଁଠି ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା; କିନ୍ତୁ କିଛିଦିନ ତଳେ ପାଣ୍ଡିଆନ୍‌ ନବୀନ ନିବାସରେ ଥିବେ ବୋଲି କହିଥିଲେ ମନ୍ମଥ। ମାତ୍ର ଏବେ ମନ୍ମଥ ଓ ତାଙ୍କ ପତ୍ନୀ ପାଣ୍ଡିଆନ୍‌ଙ୍କ ସହ ଫଟୋ ଉଠାଇବା ଘଟଣା ଓ ଏହା ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଚର୍ଚ୍ଚା ପୁଣି ବଢ଼ିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories