www.samajalive.in
Saturday, December 6, 2025
26.1 C
Bhubaneswar

ହୋଲି ପୂର୍ବରୁ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ସପ୍ତାହରେ ଅର୍ଥାତ୍ ହୋଲି ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି। ମୂଳ ଦରମାର ୫୩%ରୁ ୫୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବଢ଼ିପାରେ। ଏହା ଦ୍ବାରା ପ୍ରାୟ ୧୨ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।
ଗୋଟିଏ ବର୍ଷରେ କେନ୍ଦ୍ର ସରକାର ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି। ସାଧାରଣତଃ, ମାର୍ଚ୍ଚରେ ବର୍ଷର ପ୍ରଥମ ବୃଦ୍ଧି ଘୋଷଣା କରାଯାଏ, ଯାହା ହୋଲି ପାଖାପାଖି ହୋଇଥାଏ ଓ ଏହା ଜାନୁଆରୀରୁ ପିଛିଲା ଭାବେ ଲାଗୁ ହୋଇଥାଏ। ସେହିପରି ଦ୍ବିତୀୟ ବୃଦ୍ଧି ଅକ୍ଟୋବରରେ ଦୀପାବଳି ସମୟରେ ହୋଇଥାଏ, ଯାହା ଜୁଲାଇରୁ ପିଛିଲା ଭାବେ ଲାଗୁ ହୋଇଥାଏ। ସପ୍ତମ ବେତନ କମିସନ ଅଧୀନରେ ୧୨ ନିୟୁତରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଏହା ଦ୍ବାରା ଉପକୃତ ହେବେ। ମୂଳ ଦରମାର ୫୩%ରୁ ୫୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ବୃଦ୍ଧି ହେବା ସମ୍ଭାବନା ରହିଛି। ସରକାରୀ କର୍ମଚାରୀଙ୍କୁ ଡିଏ ଦିଆଯାଉଥିବାବେଳେ ପେନ୍‌ସନଭୋଗୀଙ୍କୁ ଡିଆର୍‌ ଦିଆଯାଇଥାଏ। ସାଧାରଣତଃ କ୍ୟାବିନେଟ୍‌ ବୈଠକ ବୁଧବାର ଅନୁଷ୍ଠିତ ହେଉଥିବାରୁ ଆଗାମୀ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories