www.samajalive.in
Saturday, December 6, 2025
16.1 C
Bhubaneswar

ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତର ଆଧିପତ୍ୟ ରହିବ: କୋହଲି

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ରେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ଆଧିପତ୍ୟ ଜାହିର କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲି। ଦୁବାଇରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ହରାଇ ଚମ୍ପିଆନ୍‌ସ ଟ୍ରଫି ଜିତିଥିଲା ଭାରତ। ଭାରତୀୟ ଦଳର ଭବିଷ୍ୟତ ସମ୍ପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ଦଳରେ ବହୁତ ଯୁବ ଓ ଦକ୍ଷ ଖେଳାଳି ଅଛନ୍ତି। ତେଣୁ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ବିଶ୍ବକପ୍‌ରେ ଭାରତୀୟ ଦଳର ଆଧିପତ୍ୟ ରହିବ।
ଭାରତୀୟ ଦଳରେ ଥିବା ବରିଷ୍ଠ ଖେଳାଳିମାନେ ଆଉ କିଛିବର୍ଷ ପରେ ଅବସର ନେବେ। ତେବେ ଶୁବମନ ଗିଲ୍‌, ଶ୍ରେୟସ ଆୟାର, କେଏଲ୍‌ ରାହୁଲ, ହାର୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳି ଭବିଷ୍ୟତରେ ଦଳକୁ ଅଧିକରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିଜୟୀ କରାଇ ପାରବେ ବୋଲି କୋହଲି କହିଥିଲେ। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳା ହାରିଥିଲା। ଏହାକୁ ନେଇ ଭାରତୀୟ ପ୍ରଶଂସକ ଦୁଃଖିତ ଥିଲେ। ତେବେ ଦଳ ଚମ୍ପିଆନ୍‌ସ ଟ୍ରଫି ଜିତି ସେମାନଙ୍କ ଦୁଃଖକୁ କିଛିଟା ଲାଘବ କରିପାରିଛି ବୋଲି କୋହଲି ଦର୍ଶାଇଥିଲେ। ଭାରତୀୟ ଦଳ ଚମ୍ପିଆନ୍‌ସ ଟ୍ରଫି ଜିତିବା ସମ୍ପର୍କରେ କୋହଲି କହିଥିଲେ ଦଳରେ ଥିବା ସମସ୍ତ ଖେଳାଳି ଚମ୍ପିଆନ୍‌ସ ଟ୍ରଫି ଜିତିବାକୁ ଚାହୁଁଥିଲେ। ଚାପ ମଧ୍ୟରେ ଭଲ ପ୍ରଦର୍ଶନ କରି ଦଳ ଟ୍ରଫି ଜିତିଛି। ଚମ୍ପିଆନ୍‌ସ ଟ୍ରଫିରେ ଦଳରେ ଥିବା ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଏହାକୁ ଦଳଗତ ବିଜୟ ବୋଲି କୁହାଯାଇ ପାରିବ। ନ୍ୟୁଜିଲାଣ୍ଡ ଦଳକୁ ପ୍ରଶଂସା କରି କୋହଲି କହିଥିଲେ ଏହି ଦଳ ଫାଇନାଲରେ ବେଶ୍‌ ଲଢ଼ୁଆ ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡ ଦଳ ସର୍ବଦା ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇ ଥାଏ। ଏହି ଦଳରେ ଅନେକ ଦକ୍ଷ ଖେଳାଳି ଅଛନ୍ତି ଏବଂ ସେମାନଙ୍କର ନିଜ ଉପରେ ବିଶ୍ବାସ ରହିଛି। ନ୍ୟୁଜିଲାଣ୍ଡକୁ ବିଶ୍ବର ସବୁଠାରୁ ଭଲ ଫିଲଡିଂ ଦଳ ବୋଲି କୁହାଯାଇ ପାରିବ। ନ୍ୟୁଜିଲାଣ୍ଡ ଦଳର ବରିଷ୍ଠ ଖେଳାଳି କେନ୍‌ ୱିଲିୟମସନଙ୍କ ସହ ତାଙ୍କର ଦୀର୍ଘବର୍ଷ ଧରି ବନ୍ଧୁତା ରହିଥିବା କୋହଲି ସ୍ପଷ୍ଟ କରି ଦେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories