www.samajalive.in
Sunday, December 7, 2025
26.1 C
Bhubaneswar

ମନ ପ୍ରସନ୍ନ ରହିବ, କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ: ମଙ୍ଗଳବାର ରାଶିଫଳ

ମେଷ: ରାଜଯୋଗ ଅଛି। ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇ ଦାନଧର୍ମରେ ଦୀକ୍ଷିତ ହେବେ। ସତ୍‌ପାତ୍ରରେ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଏକାନ୍ତ ସାଧନା ଫଳବତୀ ହେବ। ସୁଖ ଲାଭ କରିବେ।
ବୃଷ; ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ଐକାନ୍ତିକତା ଓ ଅଭିନିବେଶ ଥିବାରୁ ସଫଳତାର ଦ୍ବାର ଦେଶରେ ଉପନୀତ ହେବେ। ଧନ ସହିତ ମାନ-ସମ୍ମାନ ପ୍ରାପ୍ତ ହେବେ।
ମିଥୁନ: ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜ ଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ। କାରଣ ସ୍ବଧର୍ମରେ ମନୁଷ୍ୟ ପାପଭାଗୀ ହୁଏ ନାହିଁ। ଧର୍ମର ଉଜ୍ଜ୍ବଳମୟ ପ୍ରଭାବରେ ଅଜ୍ଞାନ, ଅନ୍ଧକାର ଦୂରୀଭୂତ ହେବ। କର୍କଟ:ସ୍ବକର୍ମ ହେଉଛି ଭାଗ୍ୟ ନିୟନ୍ତ୍ରଣର ମୂଳ ଉତ୍ସ ଯାହା ଆପଣଙ୍କ କର୍ମମୟ ଜୀବନରେ ପ୍ରତିଭାତ ହେଉଛି। ସୁଖସମୃଦ୍ଧିର ମୂଳଦୁଆ ପକାଇ ଦାମ୍ପତ୍ୟ ଜୀବନକୁ ସୁଖବୋଧ କରିପାରନ୍ତି। ସାହସୀ ଓ ସମ୍ପତ୍ତିବାନ୍‌ ହେବେ।
ସିଂହ: କ୍ଲେଶରୁ ମୁକ୍ତିର ଦ୍ବାର ହେଉଛି ବିଦ୍ୟା। ବିଦ୍ୟା ବିବାଦେନ ଓ ଦିନ ଚୟନ ଯେଉଁ ଗୁଣ ଆପଣଙ୍କ ଚରିତ୍ରରେ ନିହାତି ଅଛି। ଅଷ୍ଟମ ଚନ୍ଦ୍ର ଭୋଗ ସମୟରେ ବିଦ୍ୟା ପ୍ରଭାବରୁ ଓ ସଚେତନତା ହେତୁ ଉଧୁରି ଯିବେ।

କନ୍ୟା: ସେବା ମନୋଭାବର ହୋଇ ଜନସାଧାରଣଙ୍କ ମନରେ ସ୍ନେହ କରୁଣାର ଆସ୍ତରଣ ଜମା କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇଥିବାରୁ ଆପଣଙ୍କ ବିଚାରଧାରା ନିରପେକ୍ଷ ଓ ନିଃସ୍ବାର୍ଥପର ହେବ।
ତୁଳା: ଆପଣଙ୍କ ଚେତନାଧର୍ମୀ ଉପଦେଶ ଶତ୍ରୁମାନଙ୍କ ହୃଦୟକୁ କବଳିତ କରି ମିତ୍ରତାରେ ପରିଣତ କରିପାରେ। ଧର୍ମୀୟ ଚେତନାରେ ସାମାଜିକ ଏକତା ଓ ଋଣ ପରିଶୋଧ ପ୍ରବୃତ୍ତିର ହେବେ। ଧର୍ମାନ୍ଧ ହେବେ।
ବିଛା: ବାଣିଜ୍ୟ ବିଦ୍ୟା ରୂପକ ମହାଧନ ପ୍ରଭାବରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ତେଜୀୟାନ୍‌ ବ୍ୟକ୍ତିତ୍ବର ପ୍ରଭାବରେ ଦାୟିତ୍ବରେ ଥିବା ସଂସାର ପ୍ରଭୂତ ଉନ୍ନତି ଘଟାଇ ପାରନ୍ତି।
ଧନୁ: କୃଷି ପ୍ରଧାନ ଦେଶର ଅଗ୍ରଦୂତଭାବେ କୃଷକମାନଙ୍କ ସହାୟତାରେ ନିଜକୁ ନିୟୋଜିତ କରିପାରନ୍ତି। ବୟୋଜ୍ୟେଷ୍ଠ ନ ହୋଇ ବି ଶ୍ରେଷ୍ଠ କର୍ମଯୁକ୍ତ ହୋଇ ଉତ୍ସାହୀ ଯୁବକମାନଙ୍କୁ ଦିଗ୍‌ଦର୍ଶନ ଦେବେ।
ମକର: ଈଶ୍ବର ବିଶ୍ବାସୀ ହେବେ। ଧାର୍ମିକ ଚେତନାରେ ସାମାଜିକ ଏକତା ଗଠନ କରିବାର ପ୍ରୟାସୀ ହୋଇପାରନ୍ତି। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ସୁବନ୍ଧୁ ସମ୍ପର୍କ କାମନାର ସୂର୍ଯ୍ୟପରି ଉଜ୍ଜ୍ବଳ ହେ​‌ବେ।

- Advertisement -

କୁମ୍ଭ:ନୀତି, ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ ସମ୍ପାଦନ କରିବେ। ଆପଣଙ୍କ ସୁବନ୍ଧୁ ସମ୍ପର୍କ ହେଉଛି। ସକାଳର ସୂର୍ଯ୍ୟ ପରି ଆଲୋକ ଭାସ୍ବରିତ। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ମୀନ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣାଙ୍ଗନରେ ପଶ୍ଚାତ୍‌ପଦ ହେବା ଆପଣଙ୍କ ଜାତକରେ ନାହିଁ। ଦାନରେ ‘ହରିଶ୍ଚନ୍ଦ୍ର’ ଓ ମନରେ ଦୁର୍ଯ୍ୟୋଧନଙ୍କ ପରି ହୋଇପାରନ୍ତି। ସୁସ୍ଥ ଜୀବନ ବିତାଇବେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories