www.samajalive.in
Monday, December 15, 2025
27.1 C
Bhubaneswar

ପୁଣି ଫେରିଛି ଶୀତ, ଫୁଲବାଣୀରେ ୯ ଡିଗ୍ରୀ

ଫୁଲବାଣୀ :  ଗତ ତିନି/ଚାରି ଦିନ ହେଲା ଫୁଲବାଣୀରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ମନେ ହେଉଛି, ସତେ ଯେମିତି ଶୀତ ଋତୁ ଫେରି ଆସିଛି। କିଛି ଦିନ ଧରି ଗରମ ହେବା ପରେ  ଏବେ ଏଭଳି ପାଣିପାଗ ଲୋକଙ୍କୁ ଅଡ଼ୁଆରେ ପକାଇଛି। ଦିନ ଓ ରାତି ତାପମାତ୍ରା ଭିତରେ ପ୍ରାୟ ୧୫  ଡିଗ୍ରୀ ଫରକ ରହୁଛି।   ଗତ ତିନି ଦିନ ହେଲା ରାତି ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଏହାର ପ୍ରଭାବରେ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା। ଗ୍ରୀଷ୍ମର ଆଗମନ ଦେଖି ଲୋକେ ପେଡିରେ ପୂରାଇ ଦେଇଥିବା ଶୀତବସ୍ତ୍ର ପୁଣିଥରେ ବାହାର କରିବାକୁ ବାଧ୍ୟ ହୋଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ବୁଧବାର ଫୁଲବାଣୀ ଠାରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରହିଥିଲା। ଶୁକ୍ରବାର ଏହା ତଳକୁ ଖସି ୯ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ପାଇଁ ଏହା ରାଜ୍ୟର ସର୍ବନିମ୍ନ ତାପମାତ୍ରା ରହିଛି। ଏପଟେ ସର୍ବାଧିକ ତାପମାତ୍ରା ବୁଧବାର ୩୬.୫ ଥିବା ବେଳେ ଗୁରୁବାର ୩୨.୫ ଓ ଶୁକ୍ରବାର ୩୨.୨ ଡିଗ୍ରୀ ରହିଛି।  ଶୁକ୍ରବାର ଦିନ ଓ ରାତି ତାପମାତ୍ରା ଭିତରେ ୨୩ ଡିଗ୍ରୀର ତଫାତ ରହିଛି। ଏହା ସହିତ ଖାପ ଖୁଆଇବା ଏକ ସମସ୍ୟା ହୋଇଛି। ଜି ଉଦୟଗିରିରେ ଆଜି ସର୍ବାଧିକ ତାପମାତ୍ରା ୩୧.୬ ଥିବା ବେଳେ ଦାରିଙ୍ଗବାଡିରେ ୩୨ ଡିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷେ, ଜିଲ୍ଲାର କିଛି ସ୍ଥାନରେ ସକାଳୁଆ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ପାଣିପାଗ ଆଉ କିଛି ଦିନ ରହିବ ବୋଲି କୁହାଯାଉଛି। ମୋଟାମୋଟି ଭାବେ ଏବେ କନ୍ଧମାଳ ଜିଲ୍ଲାରେ ଉଭୟ ଶୀତ ଓ ଗ୍ରୀଷ୍ମ ଋତୁର ଅନୁଭବ ମିଳୁଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories